ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣିଙ୍କ ପୀଠ

ଆରଡି : ପବିତ୍ର ଦୋଳପୂର୍ଣ୍ଣିମା ପାଇଁ ରାଜ୍ୟର  ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ହୋଇ ଉଠିଛି ଚଳଚଞ୍ଚଳ। ସୋମବାର ଭୋର ୪ଟାରେ ମନ୍ଦିରର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତ. ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ନୀତିକାନ୍ତି ଦିବା ୧ଟା ସୁଧା ସରିବା ପରେ ମଣିବାବାଙ୍କୁ ଯୋଗୀବେଶରେ ସଜ୍ଜିତ କରାଯାଇ ଦୋଳ ନୀତିକାନ୍ତି ଅନୁଷ୍ଠିତ ହେବ। ତାହାସହ ବଡନୀତିଭୋଗ ଲାଗି ହେବା ପରେ ୧ଘଣ୍ଟା ଅବକାଶ(ଶୟନ) ନୀତି ସରିବା ପରେ ମଣିବାବାଙ୍କ ଚଳନ୍ତୀପ୍ରତିମା ଚନ୍ଦ୍ରଶେଖରଙ୍କୁ ପ୍ରଥମେ ମୁକ୍ତିମଣ୍ଡପକୁ ବିଜେ କରାଯାଇ ବ୍ରାହ୍ମଣମାନଙ୍କ ଦ୍ୱାରା କ୍ଷୀର,ଘୃତ, ଜଳ ଆଦିରେ ମହାସ୍ନାନ କରାଯିବା ସହିତ ଅବିର ରଙ୍ଗ ସର୍ମପଣ କରାଯିବ। ସେପଟେ ଅପରାହ୍ଣ ୪ଟାରେ ମଣିବାବାଙ୍କୁ ଚନ୍ଦନ, ଫୁଲ ଓ ବିଭିନ୍ନ ଅଳଙ୍କାର ଲାଗି କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯିବା ସହିତ ସଂଧ୍ୟାରେ ଶ୍ରଦ୍ଧାଳୁଭକ୍ତମାନଙ୍କ ଦ୍ୱାରା ଅବିର ସର୍ମପଣ କରାଯିବା , ପରେ ଏକ ସୁସଜ୍ଜିତ ବିମାନରେ ମଣିବାବାଙ୍କ ଚଳନ୍ତୀ ପ୍ରତିମା ଚନ୍ଦ୍ରଶେଖରଙ୍କୁ ବିଜେ କରାଯାଇ ଦୋଳମଣ୍ଡପ ନିକଟକୁ ନିଆଯିବ ସେଠାରେ ଉପସ୍ଥିତ ଥିବା ବିଭିନ୍ନ ସ୍ଥାନରୁ ଆସିଥିବା ରାଧାକୃର୍ଷ୍ଣଙ୍କ ସହ ଏକ ବଣ୍ୟାଢ ଶୋଭାଯାତ୍ରା ସହ ଘଣ୍ଟା-କିର୍ତ୍ତନରେ ନଗରୀ ପରିକ୍ରମା କରି ମନ୍ଦିର ବେଢାରେ ପହଁଚିବା ପରେ ଦୋଳନୀତି ଅନୁଷ୍ଠିତ ହେବ। ପରେ ରାତ୍ର ୮ଟାରେ ଜ୍ୟୋତିଷଙ୍କ ଦ୍ୱାରା ପୀଠରେ ପ୍ରଚଳିତ ନୂତନ ବିରଜା ପଞିକା ପଠନ କରାଯିବ ବୋଲି ମନ୍ଦିର ସେବାୟତମାନେ ପ୍ରକାଶ କରିଛନ୍ତି।

Comments are closed.