ସମସ୍ୟା ଘେରରେ ଆରଡ଼ି ପୀଠ

ଆରଡି :  ରାଜ୍ୟରେ ଥିବା ଐତିହ୍ୟ ଓ ପୁରାତନ ପର୍ଯ୍ୟଟନସ୍ଥଳର ଶ୍ରୀବର୍ଦ୍ଧନ ବୃଦ୍ଧି ପାଇଁ ଆସୁଥିବା ନାନାବିଧ ଯୋଜନାରେ ପ୍ରଣୟନ କରିବା ସହ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି କୋଟିକୋଟି ଟଙ୍କା। ହେଲେ କାର୍ଯ୍ୟରତ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ତାହା ସଫଳ ରୁପରେଖ ନେଇପାରୁନାହିଁ। ଅନ୍ୟପଟେ ପର୍ଯ୍ୟଟନସ୍ଥଳରେ ଯାହାକିଛି କାର୍ଯ୍ୟ ହେଉଛି କେଉଁଠି ଅଧା ପଇଁତରା ଅବସ୍ଥାରେ ପଡି ରହୁଛି ତ ଆଉ କେଉଁଠି ଠିକ ଭାବେ କାର୍ଯ୍ୟ ହେଉନଥିବାରୁ ତାହା ଅଳ୍ପଦିନ ମଧ୍ୟରେ ଅସ୍ତିତ୍ୱ ହରାଉଛି। ଏଭଲି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳ ବାବା ଆଖଣ୍ଡଳମଣିଙ୍କ ପୀଠରେ।

ଏହି ପୀଠକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାରହଜାର ପର୍ଯ୍ୟଟମାନଙ୍କର ସମାଗମ ହେଉଥିବା ବେଳେ ଯାନିଯାତ୍ରାରେ ଲକ୍ଷାଧିକ ପର୍ଯ୍ୟଟକମାନଙ୍କ ସମାଗମ ପୀଠର ଗାରିମାକୁ ମଣ୍ଡିତ କରିଥାଏ। ହେଲେ ଆଗନ୍ତୁକ ପର୍ଯ୍ୟଟକମାନଙ୍କ ପାଇଁ ପୀଠରେ ସାମନ୍ୟ ମୈାଳିକ ସୁବିଧା ନ ଥିବାରୁ ବର୍ଷକୁବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପର୍ଯ୍ୟଟକମାନଙ୍କ ମଧ୍ୟରୁ ପ୍ରାୟ ୭୦ପ୍ରତିଶତ ବର୍ଷବର୍ଷ ଧରି ନଈରେ ଅତି ବିପଦଜନକ ଭାବେ ପାରି ହୋଇ ପୀଠକୁ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯାତାୟତ ନିମନ୍ତେ ସେତୁଟିଏ ନିର୍ମାଣ ନ ହୋଇବା ଅତି ଦୁର୍ଭାଗଜନକ ବିଷୟ ବୋଲି ବୁଦ୍ଧିଜୀବି ମହଲେ ପ୍ରକାଶ ପାଇଛି।

ପୀଠ ଦେଇ ବୋହି ଯାଇଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ଥିବା ତିନିତର, ଧାନଖଣିଆ ଓ ମୁଆଁ ଘାଟରେ ସେତୁ ନିର୍ମାଣ ପାଇଁ ବିଗତ ୧୬ବର୍ଷ ହେବ ଟେଣ୍ଡର ପ୍ରକ୍ରିୟାରେ ସୀମିତ ରହିଥିବା ବେଳେ ତିନିତର ଘାଟରେ ସେତୁ ନିର୍ମାଣ ପାଇଁ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ୩ବର୍ଷ ତଳେ ଶିଳାନ୍ୟାସ କରାଯିବା ସହ କ୍ଷେତ୍ର ପରିଦର୍ଶନ କରାଯାଇଥିଲା। ଏପରିକି ନିର୍ବାଚନ ଋତୁ ଆସିଲେ ପୀଠର ଗମନାଗମନକୁ ମୁଖ୍ୟ ସମସ୍ୟା ଭାବେ ପାଥେୟ କରଥାନ୍ତି ନେତାମାନେ ଆଉ ନିର୍ବାଚନ ବୈତରଣୀ ପାରି ହେବା ପରେ ଭୁଲିଯାଇଥାନ୍ତ ଦେଇଥିବା ପ୍ରତିଶୃତି। ବିଶେଷକରି ପର୍ଯ୍ୟଟନସ୍ଥଳ ଆରଡିପୀଠ ସମେତ ଆଖପାଖ ୪ଖଣ୍ଡ ପଞ୍ଚୟତର ସାଧାରଣ ଲୋକମାନେ ବ୍ଲକ ଓ ତହସିଲି କାର୍ଯ୍ୟ ପାଇଁ ଦୈନଦିନ ଅତି ବିପଦଜନକ ଭାବେ ଭରାନଈ ସମେତ ଭଙ୍ଗା ଦଦରା ଡଙ୍ଗାରେ ଦୈନଦିନ ଯାତାୟତ କରୁଥିବା ବେଳେ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଦେଖା ଦେଇଥାଏ।

ଏପରିକି ପୀଠର ବ୍ୟସ୍ତବହୁଳ ବୈତରଣୀ ଓ ସାଳନ୍ଦୀ ନଦୀର ମିଳନସ୍ଥଳ ତିନିତର ନଦୀଘାଟରେ ସେତୁ ନିର୍ମାଣ ପାଇଁ ଦୀର୍ଘ ୧୮ବର୍ଷ ହେବ ଟେଣ୍ଡର ପ୍ରକ୍ରିୟାରେ ସୀମିତ ହୋଇ ରହିଯାଇଛି। ପର୍ଯ୍ୟଟକଙ୍କ ଦୀର୍ଘଦିନର ସ୍ୱପ୍ନ ଭଦ୍ରକ ଜିଲାର ଆଖଣ୍ଡଳମଣି-କେନ୍ଦ୍ରପଡାର ବଳଦେବଜୀଉ ଓ ଯାଜପୁରର ମା ବିରଜା କ୍ଷେତ୍ରକୁ ନେଇ ଯେଉଁ ସ୍ୱର୍ଣ୍ଣ ତ୍ରିଭୂଜ ପର୍ଯ୍ୟଟନ ବଳୟ ଆଶା ଥିଲା ତାହା ଏବେ ମୈାଳି ଯିବାକୁ ବସିଛି। ସେହିପରି ପୀଠରେ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ଦୀର୍ଘ ୧୧ମାସ ହେବ ଡାକ୍ତର ନଥିବାରୁ ଆରଡିପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ସହ ଆଖପାଖ ୩୦ଖଣ୍ଡ ଗାଁର ଲୋକମାନେ ପ୍ରାଥମିକ ଚିକିତ୍ସା ପାଇଁ ନାନା ଅସୁବିଧାରେ ସମୁଖିନ ହେବା ସହିତ ଦୀର୍ଘ ୪୦କିମି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକ ଯାଉଛନ୍ତି ,ଏପରିକି ଯଦି ଛୋଟବଡ ଦୁର୍ଘଟଣା ଘଟେ ତାହାଲେ ଜୀବନ ମରଣ ସହ ସଂର୍ଘସ କରି ରୋଗୀ ମେଡିକାଲରେ ପହଁଚିଲା ବେଳକୁ ବହୁ ରୋଗୀଙ୍କର ମୃତ୍ୟୁ ଘଟିଥାଏ। ଏପରିକି କେତେକ ରୋଗୀ ଅର୍ଥାଭାବରୁ ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ ମଧ୍ୟ କେତେବେଳେ ଫାର୍ମସିଷ୍ଟି ଥାନ୍ତି ତ ଆଉ କେତେବେଳେ ରାତ୍ର ଜଗୁଆଳି ରୋଗିଙ୍କୁ ଚିକିତ୍ସା କରିଥାନ୍ତି।

ସବୁଠାରୁ ବଡକଥା ହେଲା ପୀଠରେ ସାମନ୍ୟ ପରିତ୍ସାଗାରଟିଏ ନଥିବାରୁ ଆଗନ୍ତୁକ ମହିଳା ପର୍ଯ୍ୟଟକମାନେ ନାନା ଅସୁବିଧାରେ ସମ୍ମୁଖିନ ହେବା ସହିତ ଶୈାଚ ନିମନ୍ତେ ମନ୍ଦିର ପ୍ରାଙ୍ଗଣ ଠାରୁ ଅଧକିମି ବାଟ ଯାଇଥାନ୍ତି। ଏପରିକି ଭକ୍ତମାନଙ୍କର ପ୍ରସାଦ ସେବନ ଓ ବିଶ୍ରାମ ନେବା ପାଇଁ କୌଣସି ସୁବିଧା ନଥିବା ବେଳେ ଭକ୍ତମାନଙ୍କ ଦାନରେ ନିର୍ମାଣ ହୋଇଥିବା ଧର୍ମଶାଳାକୁ ପ୍ରଶାସନ

Comments are closed.