ଟ୍ରକକୁ ପଛରୁ ପିଟିଲା ବସ୍, ୨ ମୃତ

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ବିଳମ୍ବିତ ରାତ୍ରୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥ କଡରେ ଛିଡାହୋଇଥିବା ଏକ ଟ୍ରକକୁ ତିର୍ଥଯାତ୍ରୀ ବସଟି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ୧୭ ଜଣଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

ସୂଚନାଅନୁସାରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ରାସ୍ତା କଡରେ ଏକ ଧାନ ବୋଝେଇ ଟ୍ରକ୍ ଛିଡା ହୋଇଥିଲା। ଏହି ସମୟରେ ତିର୍ଥଯାତ୍ରା ପାଇଁ ଉତ୍ତର ପ୍ରଦେଶର ଗୋରଖପୁରରୁ ପ୍ରାୟ ୫୬ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବସଟି ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଉତ୍ତର ପ୍ରଦେଶର ଗୋରଖପୁରରୁ ୫୬ ଜଣ ତିର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ବସଟି ପୁରୀ ଯିବା ବାଟରେ ହିଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ବିଳମ୍ବିତ ରାତ୍ରୀରେ ଏହି ଦୁର୍ଘଟଣା ଖବର ପାଇ ଭଦ୍ରକ ଜିଲାପାଳ ଏବଂ ଉପଜିଲାପାଳ ମେଡିକାଲରେ ପହଞ୍ଚି ତିର୍ଥଯାତ୍ରୀ ମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ।

Comments are closed.