ଭଦ୍ରକ: କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି

ଭଦ୍ରକ : ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ବୁଧବାର କର୍ମୀ ସମ୍ମିଳନୀ ସହ ବିଭିନ୍ନ ପଦବୀ ବଣ୍ଟନ ଓ ଆଲୋଚନା କାର୍ଯ୍ୟକ୍ରମ ଚାଲିଥିବାବେଳେ ଦୁଇ ଗୋଷ୍ଠି ମଧ୍ୟରେ ହାତାହାତି ହୋଇଛନ୍ତି । ଏ ନେଇ ଭଦ୍ରକ ଟାଉନ ଥାନାରେ ଥାନା ଲିଖିତ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଆସିବା ପୂର୍ବରୁ କଂଗ୍ରେସର ପୂର୍ବତନ ଛାତ୍ର ସଭାପତି ବଳରାମ ରାଉତଙ୍କୁ ଅନ୍ୟ ଗୋଷ୍ଠୀର କର୍ମୀ ମାଡ ମାରିଥିଲେ। ପରେ ଜିଲା କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଭଦ୍ରକ ସହରର କେତେକ ସ୍ଥାନରେ ନିରଞ୍ଜନ ହଟାଓ କଂଗ୍ରେସ ବଞ୍ଚାଅ ଓ ନିରଞ୍ଜନ ପଟ୍ଟନାୟକ ଗୋ ବେକର ହୋର୍ଡିଙ୍ଗ ଦେଖିବାକୁ ମିଳିଥିଲା । ଏ ନେଇ ପିସିସି ସଭାପତି କହିଛନ୍ତି  ସେମାନେ ଦଳ ବାହାରର । ଅନ୍ୟପଟେ ପ୍ରଭାରୀ  କହିଛନ୍ତି ଯେ, ପୁରୀ ଓ ଭଦ୍ରକରେ ସମାନ ପରିସ୍ଥିତ ଦେଖିବାକୁ ମିଳିଛି। ପୁରୀରେ ଦଳ ବାହାରର ଲୋକେ ଅଶାନ୍ତି ସୃଷ୍ଟି କରିଥିଲେ ଏଠି ମଧ୍ୟ ସମାନ ସ୍ଥିତି।

 

 

 

Comments are closed.