ଉତ୍ତରାଖଣ୍ଡ ହିମସ୍ଖଳନରେ ଜଣେ ଓଡିଆ ଯୁବକ ନିଖୋଜ

ଭଦ୍ରକ : ଉତ୍ତରାଖଣ୍ଡ ହିମସ୍ଖଳନରେ ଜଣେ ଓଡିଆ ଯୁବକ ନିଖୋଜ ଅଛନ୍ତି ବୋଲି ମଙ୍ଗଳବାର ଖବର ମିଳିଛି। ନିଖୋଜ ଯୁବକ ଜଣଙ୍କ ଭଦ୍ରକ ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ବୋଲି ଜଣାପଡ଼ିଛି। ଯୁବକ ଜଣଙ୍କ ସେଠାରେ କ୍ରେନ ଚାଳକ ଭାବେ କାର୍ଯ୍ୟ କରୁଥିଲେ। ନିଖୋଜ ସମ୍ପର୍କରେ ଜିଲା ପ୍ରଶାସନକୁ ପରିବାର ଲୋକେ ଅବଗତ କରାଇଛନ୍ତି ।
ସୂଚନା ଯୋଗ୍ୟ , ଉତ୍ତରାଖଣ୍ଡ ହିମସ୍ଖଳନରେ ୩ୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଯାଏଁ ୨୬ ମୃତଦେହ ଉଦ୍ଧାର ହେବା ସହ ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ନିଖୋଜ ରହିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comments are closed.