କ୍ୱାରେଟାଇନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭଦ୍ରକ : ଭଦ୍ରକ ଜିଲା କୋରକୋରା ପଂଚାୟତ କ୍ୱାରେଟାଇନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ନେଇ ବୁଧବାର ଜଣାପଡ଼ିଛି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗତକାଲି ଉକ୍ତ ବ୍ୟକ୍ତି ଜଣଙ୍କ କଲକାତାରୁ ଫେରି କୋରକୋରା ପଂଚାୟତର କ୍ୱାରେଟାଇନ କେନ୍ଦ୍ରରେ ଥିଲେ। କ୍ୱାରେଟାଇନ କେନ୍ଦ୍ରରେ ଉକ୍ତ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ନେଇ ନୋଡ଼ାଲ ଅଫିସର ସ୍ପଷ୍ଟ କରିଥିବା ସୂଚନା ମିଳିଛି। ପରିବାରକୁ ପ୍ରବାସୀଙ୍କ ମୃତଦେହ ହସ୍ତାନ୍ତର କରାଯିବା ନେଇ ନିଷ୍ପତି ହୋଇଛି।

Comments are closed.