ବୁଥ ସାମ୍ନାରେ ଯୁବକଙ୍କୁ ଛୁରାମାଡ

ଭଦ୍ରକ : ଆଜି ପୌର ନିର୍ବାଚନ ପାଇଁ ମତଦାନ ସକାଳ ୮ଟାରୁ ବିିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ସାରିଛି। ଭୋଟର ଯାଇ ମତଦାନ କରୁଛନ୍ତି। ଭଦ୍ରକରେ ମତଦାନ ସମୟରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ବୁଥ ସାମ୍ନାରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି। ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍‍ ସାମ୍ନାରେ ଛୁରାମାଡ ହୋଇଛି। ଭୋଟ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଛୁରାମାଡ ହୋଇଛି ବୋଲି ସୂଚନା ମିଳିଛି। ଯୁବକଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଭଦ୍ରକ ଏସପି ଓ ଡିଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଛୁରାମାଡ କରିଥିବା ଯୁବକକୁ ପୁଲିସ ଖୋଜୁଛି।

Comments are closed.