ଭବାନୀପାଟଣା ସହରର ତଳି ଅଞ୍ଚଳରେ ବର୍ଷା ଓ ଡ୍ରେନ ପାଣି

ଭବାନୀପାଟଣା : କଳାହାଣ୍ଡି ଜିଲା  ଭବାନୀପାଟଣା ସହରର ବହୁ ପଡାର ତଳି ଅଞ୍ଚଳରେ ବର୍ଷା ଓ ଡ୍ରେନ ପାଣି ପଶି ଯିବାରୁ ସ୍ଥାନୀୟଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବହୁ ମାଟି ଘର ଭାଙ୍ଗି ଥିବାବେଳେ ଘର ଭିତରକୁ ପାଣି ପଶି ଯିବା ଫଳରେ ରାତି ସାରା ଲୋକମାନେ ଭୋକ ଓପାଶରେ ରହିବା ସହ ଖଟ ଉପରେ ବସି ରହିଥିଲେ । ଗତ ୨୦ ତାରିଖ ସଂଧ୍ୟାରୁ ଲଗାଣ ବର୍ଷା ହେବା ଫଳରେ ସହରର ବହୁ ତଳି ଅଞ୍ଚଳରେ ବର୍ଷା ଓ ଡ୍ରେନ ପାଣି ପଶି ଯିବାରୁ ଏହି ସମସ୍ୟା ହୋଇଥିବା ନେଇ ସୂଚନା ମିଳିଛି।

Comments are closed.