ଜୁନ୍ ୧ରୁ ଛୁଟିରେ ଯିବା ପାଇଁ ଅମଲାଙ୍କ ଛୁଟି ଆବେଦନ

ଭବାନୀପାଟଣା : ସ୍ଥାନୀୟ ଅମଲା ଭବନ ପରିସରରେ ଗତ ୨୮ ତାରିଖ ଦିନ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ନିଷ୍ପତ୍ତି ଅନୁଯାୟୀ ଜୁନ ୧ ତାରିଖ ରୁ ସମସ୍ତ ଅମଲା ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଉକ୍ତ ନିଷ୍ପତ୍ତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସମସ୍ତ ଅମଲା ନିଜ ନିଜ ଅଧିକାରୀଙ୍କ ନିକଟରେ ଛୁଟି ଆବେଦନ ଆରମ୍ଭ କରିଛନ୍ତି । ଜୁନ୍ ୧ ତାରିଖ ରୁ ସମସ୍ତ ଅମଲା ଅନିର୍ଦ୍ଦିଷ୍ଟ କାଳପର୍ୟ୍ୟନ୍ତ ଛୁଟିରେ ରହିବେ । ଅମଲା ମାନଙ୍କ ଅନୁପସ୍ଥିତରେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ୟ୍ୟରତ ବିଭିନ୍ନ ଯୋଜନା ସହିତ ସରକାରୀ କାର୍ୟ୍ୟରେ ମଧ୍ୟ ଗୁରୁତର ବ୍ୟାଘାତ ସୃଷ୍ଟି ହେବ । ଏହି ସମସ୍ୟା ପାଇଁ ସରକାର ଦାୟୀ ରହିବେ ବୋଲି ଅମଲା କର୍ମକର୍ତ୍ତା ଓ ଅମଲା ନେତା ମାନେ ରୋକଠୋକ ଭାବରେ ଚେତାବନୀ ଦେଇଛନ୍ତି ।
ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ସଭାପତିତ୍ୱ ତଥା ଆଶୁତୋଷ ମିଶ୍ରଙ୍କ ଆବାହକତ୍ୱରେ ଗତ ୨୮ ତାରିଖ ଦିନ ସ୍ଥାନୀୟ ଅମଲା ଭବନରେ ଆୟୋଜିତ ବୈଠକରେ କଳାହାଣ୍ଡି ଜିଲ୍ଲା ସଙ୍ଘର ବିଭିନ୍ନ ବ୍ଳକ ଅଧ୍ୟକ୍ଷ ତଥା ଆବାହକ ଓ ଜିଲ୍ଲାରେ ବିଭିନ୍ନ ସରକାରୀ ବିଭାଗରେ କାର୍ୟ୍ୟରତ ଶତାଧିକ ଅମଲା ଅଂଶଗ୍ରହଣ କରିଥିଲେ। ଅମଲା ମାନଙ୍କୁ କନିଷ୍ଠ ସହାୟକମାନଙ୍କ ମୂଳ ଦରମା ଲେବୁଲ -୪ ରୁ ଲେଭେଲ-୯ ବା ୯୩୦୦ସହିତ ଗ୍ରେଡ ପେ-୪୨୦୦ କରିବା ପାଇଁ ସରକାରଙ୍କୁ ଏ ସଂକ୍ରାନ୍ତୀୟ ଚରମ ଦାବିପତ୍ର ଗତ ମେ ୧ ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।
ତେବେ ଦିଆଯାଇଥିବା ସମୟ ଅବଧି ମଧ୍ୟରେ ସରକାର ଦାବି ପୂରଣ ଦିଗରୁ କୌଣସି ପଦକ୍ଷେପ ନ ନେବାରୁ ମେ ୨୨ରୁ ଆସନ୍ତା ମେ ୩୧ ତାରିଖ ପର୍ୟ୍ୟନ୍ତ ପ୍ରତିବାଦ ସ୍ବରୂପ କଳାବ୍ୟାଚ ପରିଧାନ କରି ନିଜର କାର୍ୟ୍ୟ କରି ଆସୁଛନ୍ତି। ଏହି ସମୟ ମଧ୍ୟରେ ଯଦି ଦାବି ପୂରଣ ନ ହୁଏ ତେବେ ଜୁନ ୧ ତାରିଖରୁ ଜିଲ୍ଲାର ସମସ୍ତ ଅମଲା ସମୂହ ଛୁଟିରେ ଯିବେ ବୋଲି ଏହି ବୈଠକରେ ନିଷ୍ପତ୍ତି କରାଯାଇଥିଲା ।
ଉକ୍ତ ନିଷ୍ପତ୍ତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ୟ୍ୟରତ ସମସ୍ତ ଅମଲା ୨୯ ତାରିଖ ଠାରୁ ନିଜ କାର୍ୟ୍ୟାଳୟ ମୁଖ୍ୟଙ୍କୁ ସମୁହ ଛୁଟି ଦରଖାସ୍ତ ପ୍ରଦାନ କରିଛନ୍ତି । ୩୦ ତାରିଖ ଦିନ କଳାହାଣ୍ଡି ଜିଲ୍ଲାପାଳ କାର୍ୟ୍ୟାଳୟରେ କାର୍ୟ୍ୟରତ ଅମଲା ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜୁନ ୧ ତାରିଖ ରୁ ଛୁଟିରେ ଯିବା ପାଇଁ ଆବେଦନ କରିଛନ୍ତି । ଏଠାରେ ସୂଚନା ଥାଉ ଯେ ,ଗତ ୨୦୧୭ ମସିହା ରୁ କନିଷ୍ଠ ସହାୟକ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରୁ ସ୍ନାତକ ସହିତ କମ୍ପ୍ୟୁଟର ଦକ୍ଷତାକୁ ବୃଦ୍ଧି କରିଥିଲେ । ଯାହାଫଳରେ କନିଷ୍ଠ ସହାୟକ ମାନଙ୍କ ଦରମା ଅସଂଗିତ କୁ ଦୂରକରିବା ପାଇଁ ସରକାର ଆଜି ପର୍ୟ୍ୟନ୍ତ କୌଣସି ପଦକ୍ଷେପ ନେଲେ ନାହିଁ ।
ଏହି ସମସ୍ତ କାର୍ୟ୍ୟକ୍ରମରେ ଓଡ଼ିଶା ଅମଲା ସଙ୍ଘ କଳାହାଣ୍ଡି ଜିଲ୍ଲା ସଭାପତି ସୁକାନ୍ତ ମହାପାତ୍ର, ଟ୍ରେଜେରୀ ଅମଲା ସଂଘ ର ଜିଲ୍ଲା ସଭାପତି ସୁରେନ୍ଦ୍ର ପଣ୍ଡା ,ସବ୍ ରେଜିଷ୍ଟ୍ରେର ଅମଲା ସଂଘ ର ଜିଲ୍ଲା ସଭାପତି ଅଲେଖ ନାଏକ ,ଅମଲା ସଂଘ ର ମୁଖ୍ୟ ଉପଦେଷ୍ଟା ରୂପକେଶର ଦଳେଇ ମଞ୍ଚାସିନ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ଜଗତ ନାରାୟଣ ବେହେରା, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ବ୍ରଜବନ୍ଧୁ ମୁଣ୍ଡ, ବରିଷ୍ଠ ଅମଲା କାଶୀନାଥ ଦଣ୍ଡସେନା, ରାଜକିଶୋର ସାହୁ, ଟଂକଧର ସାହୁ, ଲକ୍ଷ୍ମୀ ନାରାୟଣ ପୃଷ୍ଟି, ଲକ୍ଷ୍ମଣ ବଚ୍ଛା, ରତ୍ନାକର ଧଙ୍ଗଡାମାଝୀ, ବିଶ୍ଵନାଥ ମୁଣ୍ଡ, ମନୋରଞ୍ଜନ ଛତ୍ରପାଲ , ରାଜ କିଶୋର ସାହୁ ,ଟଙ୍କ ଧର ସାହୁ ,ବ୍ରଜକିଶୋର ମୁଣ୍ଡ ,ଚିନ୍ମୟୀ ଠାକୁର , ମନୀଷା ସାହୁ ,ଲବ ମହେର,କୃର୍ଷାରାଣୀ ନାଏକ ,ସୁଶାନ୍ତ କୁମାର ମେହେର ,ଜଗତନାରାୟଣ ବେହେରା ,ବିଶ୍ୱନାଥ ମୁଣ୍ଡ ସମେତ ସମସ୍ତ ବ୍ଳକ ର ଚେୟାରମ୍ୟାନ ଓ ଆବାହକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଯଦି ସରକାର ଅମଲା ମାନଙ୍କ ଦାବିକୁ ପୁରଣ ନକରନ୍ତି ତେବେ ଏହି ଆନ୍ଦୋଳନ କୁ ଅଧିକ ଭୟାଭୟ ହେବ ବୋଲି ଅମଲା ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି ।

Comments are closed.