MEllora 950×100

ଯବାନଙ୍କ ଦ୍ବାରା ମାଓ କ୍ୟାମ୍ପ ଧ୍ବଂସ ; ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ଭବାନୀପାଟଣା : ଏସ୍‌ଓଜି ଯବାନଙ୍କୁ ମିଳିଛି ବଡ ସଫଳତା। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ବିଜେପୁର ଥାନା ଅଞ୍ଚଳର ପାହାଡପଦର ସଂରକ୍ଷିତ ଜଙ୍ଗଲରେ ମାଓ ଗତିବିଧି ଥିବା ଖବର ପାଇ କଳାହାଣ୍ଡି ଏସ୍ ପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ଏସ ଓ ଜି ଯବାନ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ସମୟରେ କାଞ୍ଚନ ମୁହିଁ ଗ୍ରାମ ନିକଟରେ ମାଓ କ୍ୟାମ୍ପ ଠାବ ହୋଇଛି।  ଏହାସହ ଯବାନଙ୍କୁ ଦେଖି ମାଓବାଦୀ ମାନେ କ୍ୟାମ୍ପ ଛାଡି ଜଙ୍ଗଲ ଭିତରକୁ ପଳାୟନ କରିଥିବା ବେଳେ ସେଠାରୁ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା କଳାହାଣ୍ଡି ଏସ ପି ଅଭିଳାଷ ଜୀ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।
କଳାହାଣ୍ଡି ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ପାହାପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ବୃଦ୍ଧି ପାଇବା ଓ ଏକ ମାଓ କ୍ୟାମ୍ପ ଚାଲିଥିବା ସମ୍ପର୍କରେ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ. ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଅଞ୍ଚଳରେ ଏସ୍‌ଓଜି ଯବାନମାନ ଙ୍କ ଦ୍ୱାରା ଗତ ୯ ତାରିଖ ରୁ କମ୍ବିଂ ଅପରେସନ୍‌ ଆରମ୍ଭ କରାଯାଇଥିଲା । ଏସ ଓ ଜି ଯବାନମାନେ କୁମ୍ବି ଅପରେସନ୍ କରୁଥିବା ସମୟରେ ପାହାଡପଦର ସଂରକ୍ଷିତ ଜଙ୍ଗଲର କାଞ୍ଚନମୁହିଁ ଗ୍ରାମ ନିକଟରେ ମାଓକ୍ୟାମ୍ପ ଚାଲିଥିବା ଖବର ପାଇ ଯବାନମାନେ ଉକ୍ତ ଅଞ୍ଚଳକୁ ଘେରାଉ କରିବା ସହିତ ସର୍ଚ୍ଚ ଅପରେସନ୍ କରିଥିଲେ । ସେଠାରେ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲିଥିବା ଦେଖିବାକୁ ପାଇଥିଲେ । ଯବାନ ମାନଙ୍କୁ ଦେଖି କ୍ୟାମ୍ପ ଛାଡି ମାଓବାଦୀ ମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଯବାନମାନେ ଉକ୍ତ କ୍ୟାମ୍ପକୁ ନଷ୍ଟ କରିଦେଇଥିଲେ । ଉକ୍ତ କ୍ୟାମ୍ପରୁ ତଲାସି କରିବା ସମୟରେ ୯ଟି ଡିଟୋନେଟର , ୨ଟି ଆଇ ଇ ଡି , କମ୍ବଳ , ବିଦ୍ୟୁତ ତାର ,ଔଷଧ ଆଦି ସହିତ ବହୁ ମାଓ ସାମଗ୍ରୀ ଓ ମାଓପୁସ୍ତିକା ଜବତ୍ କରାଯାଇଛି।  ଏହି କ୍ୟାମ୍ପରେ ୧୦ ରୁ ଉର୍ଦ୍ଧ ମାଓବାଦୀ ଥିବା ଜଣାପଡିଛି । ଏହି ମାଓ କ୍ୟାମ୍ପ କଳାହାଣ୍ଡି ଜିଲ୍ଲାର ବିଜିଏମ ଡିଭିଜନ ଏବଂ ନିୟମଗିରି ଡିଭିଜନ ଦ୍ଵାରା ପରିଚାଳିତ ହେଉଥିବା ପୁଲିସ ଜ।ଣିବାକୁ ପାଇଛି । ଏହି କ୍ୟାମ୍ପରେ ନିୟମଗିରି ଡିଭିଜନର ଦୁର୍ଦ୍ଦାନ୍ତ ମାଓନେତା ଇନ୍ଦୁ ମାଝୀ ଓ କୁନୀ ମାଝୀ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଉକ୍ତ ଅଞ୍ଚଳ ଓ ତାର ଆଖପାଖ ଜଙ୍ଗଲକୁ ଯବାନମାନେ ଘେରାଉ କରି ରଖିବା ସହିତ ସର୍ଚ୍ଚ ଅପରେସନ୍ ଏବଂ କୁମ୍ବିଂ ଅପରେସନ୍ ଜୋରଦାର ଚାଲିଥିବା ଏସ୍‌ପି ଅଭିଳାଷ ଜୀ ପ୍ରକାଶ କରିଛନ୍ତି ।

Comments are closed.