MEllora 950×100

ଦୁର୍ଘଟଣା ଗ୍ରସ୍ତ ଗ୍ୟାସ ଟ୍ୟାଙ୍କର ଗଲା ରାୟପୁର ; ଯାତାୟତ ସ୍ଵାଭାବିକ

ଭବାନିପାଟଣା : ଗତକାଲି ଭୋର୍ ରେ ଭବାନିପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିପଡା ନିକଟରେ ଦୁର୍ଘଟଣା ଗ୍ରସ୍ତ ଗ୍ୟାସ ଟ୍ୟାଙ୍କରକୁ ଆଜି ସକାଳେ ସ୍ଵାଭାବିକ କରାଯାଇଥିଲା । ପରେ ଅନ୍ୟ ଏକ ଇଞ୍ଜିନ ଲଗାଯିବା ପରେ ଗ୍ୟାସ ଟ୍ୟାଙ୍କର ଟି ଗନ୍ତବ୍ୟ ପଥ ରେ ଅର୍ଥାତ୍ ରାୟପୁରକୁ ଯାଇଛି । ଦିନ ୯ ଟା ପରେ ସେହି ରାସ୍ତାରେ ଅର୍ଥାତ୍ ଭବାନିପାଟଣା ରୁ ଖଡ଼ିଆଳ , ରାୟପୁର ରାସ୍ତାରେ ଯାତାୟତ ସ୍ଵାଭାବିକ ହେଇଛି । ଗତକାଲି ଠାରୁ ଡୁଙ୍ଗୀପୁଙ୍ଗା ଗାଁ ଅସ୍ଥାୟୀ ଶିବିରରେ ରହୁଥିବା କୁବୁଡ଼ି ଗାଆଁ ଲୋକେ ଆଜି ନିଜ ନିଜ ଘରକୁ ଫେରି ଆସିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବିଶାଖାପାଟଣା ରୁ ଭବାନିପାଟଣା ଦେଇ ରାୟପୁର ଯାଉଥିବା ଏକ ଇନ୍ଧନ ଭର୍ତି ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ପାଷ୍ଟି ପଡ଼ା ନିକଟରେ ଓଲଟି ପଡିଥିଲା । ପରେ ସେଥିରୁ ପ୍ରଚୁର ପରିମାଣରେ ଗ୍ୟାସ ଲିକ ହେଲା । ପ୍ରତିଷେଧକ ବ୍ୟବସ୍ଥା ପାଇଁ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ସହ କୁବୁଡି ଗାଆଁ ଲୋକଙ୍କୁ ଅସ୍ଥାୟୀ ଶିବିର କୁ ସ୍ଥାନାନ୍ତର କରାଯାଇଥିଲା । ବଲାଙ୍ଗୀର ରୁ ଭାରତ ଗ୍ୟାସର ବିଶେଷଜ୍ଞ ଦଳ ଆସିବା ପରେ ଗତକାଲି ଅପରାହ୍ନ ପ୍ରାୟ ତିନିଟା ବେଳେ ଗ୍ୟାସ ଲିକ୍ କୁ ବନ୍ଦ୍ କରାଯାଇପାରିଥିଲା । ତେବେ ଆଜି ସକାଳେ ଦୁର୍ଘଟଣା ଗ୍ରସ୍ତ ଗାଡି ଟି କୁ ଏକାଧିକ ମେସିନ ମାଧ୍ୟମ ରେ ଠିଆ କରାଯାଇ , ଗାଡିଟି ଗନ୍ତବ୍ୟ ପଥରେ ଯିବା ପରେ ସମସ୍ତ ମହଲରେ ଆଶ୍ବସ୍ତ ପ୍ରକାଶ ପାଇଛି ।

Comments are closed.