ବ୍ୟବସାୟୀଙ୍କ ଘରୁ ଟଙ୍କା ଓ ସୁନାଗହଣା ଲୁଟ

ଭବାନୀପାଟଣା : କଳାହାଣ୍ଡି ଜିଲାର କେଗାଁ ଥାନା ଅଧିନ ବୋର୍ଡା ଗ୍ରାମର ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିବା ରବିବାର ଜଣାପଡ଼ିଛି। ଗତ ୯ ତାରିଖ ମଧ୍ୟ ରାତ୍ରରେ ବ୍ୟବସାୟୀଙ୍କ ଘରେ ୫ ରୁ ୭ ଜଣ ସଶସ୍ତ୍ର ଡକାୟତ ପସି ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ବନ୍ଧୁକ ମୁନରେ ନଗଦ ୯ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟି ନେଇଛନ୍ତି । ଖବର ପାଇ ଏସ୍ ପି , କେଗାଁ ଆଇ ଆଇ ସି ଓ ବୋର୍ଡା ଫାଣ୍ଡି ଅଧିକାରୀ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।

Comments
Loading...