ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ବ୍ରହ୍ମପୁର : ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ବୁଧବାର ବ୍ରହ୍ମପୁର ଉପକଣ୍ଠ ପାଲୁର ହିଲ ଠାରେ ଥିବା ସତ-ଚିତ-ଆନନ୍ଦ ବିହାରରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ ଭରଚୁଆଲ ଭିଡିଓ କନଫେରେନସିଂ ଜରିଆରେ ରାଜଭବନରେ ଉପସ୍ଥିତ ରହି ବିଶ୍ୱବିଦ୍ୟାଳୟର ଭିତ୍ତି ସ୍ଥାପନ କରିଥିଲେ । ପାଲୁର ହିଲ ଠାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ବର୍ତ୍ତମାନ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ କନିସି ସ୍ଥିତ ଏକ ଭଡାଘରେ ରହିଛି । ଏହା ପୂର୍ବ କ୍ୟାମ୍ପସ ଥିଲା ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ସ୍ୱୟଂ ଶାସିତ କଲେଜ । ତେବେ ପାଲୁର ହିଲ ଠାରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜାଗାରେ ଆଜି ଭିତ୍ତି ସ୍ଥାପନ କରାଯାଇଛି । ଏଠାରେ ବିଶ୍ୱବିଦ୍ୟାଳୟ ନିମନ୍ତେ ପ୍ରଶାସନିକ କୋଠା, ଶ୍ରେଣୀଗୃହ, ହଷ୍ଟେଲ, ଷ୍ଟାଫ କ୍ୱାଟର, ଅଡିଟୋରିଉମ ଆଦି ନିର୍ମାଣ କରାଯିବ ।

Comments are closed.