ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ : ୧୯ରୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ, ପରୀକ୍ଷା ବାତିଲ ନେଇ ବିଜ୍ଞପ୍ତି ଜାରି

ଗୋପାଳପୁର : କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚାଲିଥିବl ବେଳେ ବିଦ୍ୟାର୍ଥୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଆସନ୍ତା ୧୯ ତାରିଖ ସୋମବାରଠାରୁ ବନ୍ଦ ରଖିବା ସହ ବିଦ୍ୟାର୍ଥୀ ମାନଙ୍କୁ ହଷ୍ଟେଲ ଖାଲି କରିବାକୁ ଶୁକ୍ରବାର ବିଶ୍ବବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରିବା ସହ ଆସନ୍ତା ଦିନରେ ହେବାକୁ ଥିବା ସମସ୍ତ ପରୀକ୍ଷା ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦିଆଯାଇଛି।

ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ଶିକ୍ଷା ଅନଷ୍ଠାନ ଓ ହଷ୍ଟେଲ ବନ୍ଦ କରିବାକୁ ପ୍ରମୁଖ ସଚିବ ସ୍ୱାସତ୍ ମିଶ୍ର ଚିଠି ନଂ ୧୭୬୭୬ ରେ ୧୬/୪ /୨୧ ତାରିଖରେ ସମସ୍ତ ବିଶ୍ଵବିଦ୍ୟାଳୟକୁ ନିର୍ଦ୍ଦେଶନାମ ଜାରି କରାଯାଇଛି। ଏ‌ହାକୁ ଆଧାର କରି ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ଜାରି କରାଯାଇଥିବା କୁଳସଚିବ ରଞ୍ଜନ କୁମାର ବିଶ୍ବାଳ କହିଛନ୍ତି। ଆଗାମୀ ଦିନରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ୫୦% ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀଙ୍କୁ ନେଇ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ଜାରି ରହିବା ସହ ଅନଲାଇନରେ‌ ପାଠ ପଢା ଜାରି ରହିବ ବୋଲି ଶ୍ରୀ ବିଶ୍ଵାଳ ପ୍ରକାଶ କରିଛନ୍ତି । ବିଶ୍ଵବିଦ୍ୟାଳୟର ସମସ୍ତ କର୍ମଚାରୀ ହେଡ୍ କ୍ୱାଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ମାସରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ଚଳିତ ମାସ ୨୦ ତାରିଖରେ ଆରମ୍ଭ ହେବାକୁ ଥିବା +୩ ,୩ ୟ ସେମିଷ୍ଟର ପରୀକ୍ଷା, ଏମ୍ ଇ ଡି ୨ୟ ସେମିଷ୍ଟର, ବି ଇ ଡି, ଏଲ ଏଲ ବି ୩ ୟ ଓ ୫ମ ସେମିଷ୍ଟର ପରୀକ୍ଷାା ବାତିଲ କରାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଆସିଲେ ପରବର୍ତ୍ତୀ  ପଦକ୍ଷେପ ନିଆଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

Comments are closed.