ଭାଣିଜୀକୁ ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ

ବ୍ରହ୍ମପୁର: ଭାଣିଜୀକୁ ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବିଦ୍ୟାନଗରରେ ଅଭାବନୀୟ ଘଟଣା। ନିଶାସକ୍ତ ଅବସ୍ଥାରେ ଭାଣିଜୀ ଦେହରେ ନିଆଁ ଲଗାଇ ଦେଲା ମାମୁ। ୧୩ ବର୍ଷିଆ ଭାଣିଜୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ଓ ତାଙ୍କୁ ଏମକେସିଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ମାମୁକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି।

Comments are closed.