ପୁଲିସ ଗାଡ଼ିରୁ ଚମ୍ପଟ ମାରିଲା ଚୋର

ବ୍ରହ୍ମପୁର: ପୁଲିସ ଗାଡିରୁ ଚମ୍ପଟ ମାରିଛି ଚୋର। ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳରେ ଆଜି ଅପରାହ୍ଣରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ ସାଇକେଲ ଚୋରି ଅଭିଯୋଗରେ କେ. ରବି କୁମାର ନାମକ ଜଣେ ଯୁବକକୁ ଟାଉନ ଥାନା ପୁଲିସ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯିବାର ଥିଲା। ଏହା ପୂର୍ବରୁ ପୁଲିସ ରବିକୁ ଗାଡ଼ିରେ ବସାଇ ମେଡିକାଲ ନେଇଥିଲା। ହେଲେ ମେଡିକାଲରେ ପୁଲିସ ଗାଡିରୁ ଡେଇଁ ରବି ଦୌଡ଼ି ପଳାଇଥିଲା। ପୁଲିସ କର୍ମଚାରୀଙ୍କ ଅବହେଳାରୁ ଏହି ଘଟଣା ଘଟିଥିବା କୁହାଯାଉଛି। ରବିକୁ ଖୋଜିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Comments are closed.