ବିଷମକଟକ ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ

ବ୍ରହ୍ମପୁର : ଦୈନିକ ଖବର କାଗଜ ‘ସମାଜ’ର ବିଷମକଟକ ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୫୪ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି ।
ସ୍ବର୍ଗତ ପାତ୍ର ଗତ ପହରଦିନ ରାତିରେ ଏକ ଭୋଜି କାର୍ୟ୍ୟରେ ଯୋଗ ଦେଇ ଘରକୁ ଫେରିଥିଲେ । ବାନ୍ତି ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ଭିଣୋଇ ଅଭିଯୋଗ କରିଛନ୍ତି । ତାଙ୍କ ଘର ବିଷମକଟକ କରଣ ସାହିରେ ହୋଇଥିବା ବେଳେ ସେ ରାୟଗଡାରେ ରହୁଥିଲେ । ତାଙ୍କ ମୃତ୍ୟୁରେ ପୁଅ ଅଂଶୁମାନ ପାତ୍ର ଓ ପତ୍ନୀ ଶକୁନ୍ତଳା ପଟ୍ଟନାୟକ ଅସହାୟ ହୋଇ ପଡିଛନ୍ତି ।

Comments are closed.