ଜେଲ ଡିଜିଙ୍କ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର: ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଶନିବାର ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରିଛନ୍ତି । କାରାଗାରରେ ଆଜିଠାରୁ ନୂତନ ସାକ୍ଷାତ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ପୂର୍ବରୁ ପ୍ରଚଳିତ ତାର ଜାଲି ବଦଳରେ କାଚ ଲଗାଯାଇ କଏଦୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସାକ୍ଷାତ ପାଇଁ ସୁଯୋଗ ଦିଆଯାଇଥିଲା । ସେହିପରି ମଣ୍ଡଳ କାରାଗାର ସମେତ ସୋରଡା, ଆସିକା ଭଳି ଜେଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ନେଇ ଯୋଜନା ହୋଇଛି । ଖୁବ ଶୀଘ୍ର ନୂତନ କୋଠରୀ କାମ ଆରମ୍ଭ ହେବାକୁ ଯାଉଛି । ଆଜି ଜେଲ ଡିଜି ଉପରୋକ୍ତ କାଯ୍ୟର ସମୀକ୍ଷା କରିଥିଲେ । ଆଗାମୀ ଦିନରେ ବନ୍ଦୀ ମୁକ୍ତ କଏଦୀଙ୍କୁ ରୋଜଗାର ଯୋଗାଇ ଦେବା ଲକ୍ଷରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ସହ ବ୍ରହ୍ମପୁର ସହରରେ ଏକ ପେଟ୍ରୋଲ ପମ୍ପ ଖୋଲିବାର ଯୋଜନା ରହିଛି ବୋଲି ସେ ସୂଚନା ଦେଇଥିଲେ । ଏହି ସମୟରେ ଦକ୍ଷିଣାଞ୍ଚଳ ଜେଲ ଡ଼ିଆଇଜି ରଘୁନାଥ ମଝି ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments are closed.