ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି

ବ୍ରହ୍ମପୁର: ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଓକିଲଙ୍କ ପାଇଁ ଆୟୋଜିତ ଇ-ସର୍ଭିସ ପ୍ରଶିକ୍ଷଣ କାଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣରେ ହାଇକୋର୍ଟର ବିଚାରପତି ଡ. ବି.ଆର ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗଂଜାମ ଜିଲ୍ଲା ଦୌରା ବିଚାରପତି ଶଶିକାନ୍ତ ମିଶ୍ର, ଗଂଜାମ ଓକିଲ ସଂଘ ସମ୍ପାଦକ ପ୍ରଦୀପ ବେହେରା ଉପସ୍ଥିତ ଥିଲେ । ଇ-ଫାଇଲି, ଇ-ଚାଲାଣ, ଜୋରିମାନାର ଇ-ପେମେଣ୍ଟ, ହାଇକୋର୍ଟର ମୋବାଇଲ ଆପ ବ୍ୟବହାର ନେଇ ଏଠାରେ ଆଲୋଚନା ହୋଇଥିଲା । ଏଥିରେ ଗଂଜାମ ଜିଲାର ବିଭିନ୍ନ ଓକିଲ ସଂଘର ପ୍ରତିନିଧି ଯୋଗ ଦେଇଥିଲେ । ଏହା ପରେ ମୁଖ୍ୟ ବିଚାରପତି ଜିଲା କୋର୍ଟ ପରିଦର୍ଶନ କରିଥିଲେ । ଗଞ୍ଜାମ ଓକିଲ ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।

Comments are closed.