ଅବକାରୀ ଧରପଗଡ଼ ବେଳେ ଉତେଜନା

ବ୍ରହ୍ମପୁର: ଫାଷ୍ଟ ଗେଟ୍ ନିକଟରେ ଗଞ୍ଜେଇ ଧିରିବାକୁ ଯାଇ ଅବକାରୀ ଗୁଇନ୍ଦା ବିଭାଗର କର୍ମଚାରୀ ମାନେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଅଟକାଇ ଗାଡି ଚାଳକକୁ ମାଡ଼ ମାରିବା ସହ ଗାଡ଼ିର ଗ୍ଲାସ ଭାଙ୍ଗି ଦେଇଛନ୍ତି । ଗାଡ଼ିରେ ବସିଥିବା ମହିଳା ଓ ତାଙ୍କ ଛୋଟ ପିଲା ଦେହରେ ସାମାନ୍ୟ ଆଘାତ ଲାଗିଛି । ବେଶ କିଛି ସମୟ ଯୁକ୍ତିତର୍କ ଯୋଗୁ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାରେ ଗାଡି ଚଳାଚଳ କିଛି ସମୟ ବ୍ୟାହତ ହୋଇଥିଲା । ଉତେଜନା ପରିସ୍ଥିତି ଯୋଗୁ ପୁଲିସ ପହଞ୍ଚି ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ବର୍ତ୍ତମାନ ଗାଡ଼ି ଓ ଗାଡ଼ିରେ ବସିଥିବା ସମସ୍ତେ ବଡ଼ ବଜାର ଥାନାରେ ଅଛନ୍ତି । ତଦନ୍ତ ଚାଲୁରହିଛି ।

Comments are closed.