ଅମ୍ଳଜାନ ସିଲିଣ୍ଡର କଳାବଜାରି ବେଳେ ଚଢାଉ ; ୧୦ ସିଲିଣ୍ଡର ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଅମ୍ଳଜାନ ସିଲିଣ୍ଡର କଳା ବଜାରୀ ବେଳେ ପୁଲିସ ଏବଂ ଔଷଧ ନିରୀକ୍ଷକଙ୍କ ପକ୍ଷରୁ ଚଢାଉ କରାଯାଇଛି । ନୂଆ ବସଷ୍ଟାଣ୍ଡ ନିକଟସ୍ଥ ସର୍ଜିକାଲ ସାମଗ୍ରୀ ବିକ୍ରି କରୁଥିବା ଏକ ଦୋକାନରୁ ୧୦ ଟି ସିଲିଣ୍ଡର ଜବତ ହୋଇଛି । କରୋନା ମହାମାରୀ ବେଳେ ଗୋଟିଏ ୧୦ ଲିଟର ଅମ୍ଳଜାନ ସିଲିଣ୍ଡର ୩୦ ହଜାର ଟଙ୍କାରେ ବିକ୍ରି ହେଇଥିବା ଅଭିଯୋଗ ହୋଇଥିଲା । ସନ୍ଦିଗ୍ଧ କରୋନା ରୋଗୀ, ଶରୀରରେ ଅମ୍ଳଜାନ କମ ଥିବା ରୋଗୀ ତଥା ଗୃହ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ କିଛି ଅସାଧୁ ବ୍ୟବସାୟୀ ମାତ୍ରାଧିକ ଦରରେ ସିଲିଣ୍ଡର ବିକୁଥିବା ଜଣାପଡିଥିଲା । ସେହିକ୍ରମରେ ଆଜି ବ୍ରହ୍ମପୁର ଔଷଧ ନିରୀକ୍ଷକ ଦେବାଶିଷ କାଲୋ ଓ ଏସଡିପିଓ ବିଷ୍ଣୁ ପ୍ରସାଦ ପତି ଏହି ସର୍ଜିକାଲରେ ଚଢାଉ କରି କଳା ବଜାରୀ ପାଇଁ ରଖା ଯାଇଥିବା ୧୦ ଟି ସିଲିଣ୍ଡର ଜବତ କରିଥିଲେ ।

Comments are closed.