ଲୋନ ନ ମିଳିବାରୁ ବ୍ୟାଙ୍କରେ ଭଙ୍ଗାରୁଜା କଲେ ଭିନ୍ନକ୍ଷମ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରେ ଜଣେ ଭିନ୍ନକ୍ଷମ ଭଙ୍ଗାରୁଜା କରିଛନ୍ତି ବୋଲି ଅଭିଯୋଗ ହୋଇଛି। । ତାଙ୍କୁ ସେହି ବ୍ୟାଙ୍କରୁ ଲୋନ ନ ମିଳିବାରୁ ସେ ଏଭଳି କାରନାମା କରିଥିବା ଜଣାପଡ଼ିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ଥାନାକୁ ନେଇଛି । ସୁଚନା ପ୍ରକାରେ ଲାଠି ଗ୍ରାମର ସୁଦର୍ଶନ ବିଶୋଇ ଏହି ବ୍ୟାଙ୍କରେ ଲୋନ ପାଇଁ ଅନେକ ଦିନରୁ ଆବେଦନ କରିଥିଲେ । ହେଲେ ବାରମ୍ବାର ଦୌଡ଼ିବା ପରେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଲୋନ ମଞ୍ଜୁର କରିନଥିଲେ । ଆଜି ସୁଦର୍ଶନ ବ୍ୟାଙ୍କକୁ ଲୋନ ବିଷୟରେ ପଚରିବାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ । ଆଉ ସେଥିରେ ରାଗି ଯାଇ ବ୍ୟାଙ୍କ ଭିତରେ ଥିବା ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିଲେ । ତାଙ୍କୁ ଥାନାକୁ ନେଇ ପଚରାଉଚରା ଚାଲୁ ରହିଛି ବୋଲି ସଦର ଏସଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.