କୋଭିଡ କଟକଣାରେ ପାଳନ ହେବ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର : କୋଭିଡ କଟକଣାରେ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ପାଳନ ହେବ ବୋଲି ବୁଧବାର ପରିଚାଳନା କମିଟି ସଦସ୍ୟଙ୍କ ସହ ବିଇଏମସି କମିଶନରଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ୨୧ ଦିନ ବଦଳରେ ଠାକୁରାଣୀଙ୍କ ଯାତ୍ରା ଅବଧି ସଂକ୍ଷିପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କରୋନା ପାଇଁ ବାହାର ଜିଲା ଓ ରାଜ୍ୟରୁ ଅତିଥିଙ୍କୁ ନଡାକିବାକୁ କମିଶନର ବ୍ରହ୍ମପୁରବାସୀଙ୍କୁ ଅପିଲ କରିଛନ୍ତି। ପ୍ରତି ୨ ବର୍ଷରେ ଥରେ ବୁଢୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।