ମେଡିକାଲ କଲେଜ ପଡ଼ିଆ ରାସ୍ତାରୁ ୪ ଲକ୍ଷର ବ୍ରାଉନ ସୁଗାର ଜବତ, ଯୁବକ ଗିରଫ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଖେଳପଡ଼ିଆ ରାସ୍ତାରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ସଂଧ୍ୟାରେ ୪୫ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛି। ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ବିଭାଗୀୟ ଅଧିକାରୀମାନେ ଆଙ୍କୋଲି ନିଗମନଗରର ଯୁବକ ମଦନମୋହନ ଶବର ନାମକ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଖେଳପଡ଼ିଆ ରାସ୍ତାରେ ବ୍ରାଉନ୍‌ ସୁଗାର ଧରି ଜଣେ ଯୁବକ ଛିଡ଼ା ହୋଇଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହା ପରେ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା। ସନ୍ଦେହରେ ମଦନଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୪୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା। ମଦନ ପୁରୀରୁ ଏହି ବ୍ରାଉନ ସୁଗାର ଆଣି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଥିଲେ ବୋଲି ଜଣାପଡ଼ିଛି। ଜବତ ବ୍ରାଉସ ସୁଗାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି । ଏହି ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସକେପ୍ଟର ହୃଦୟଚନ୍ଦ୍ର ସାମନ୍ତ, ଏସଆଇ ବିଶ୍ବଜିତ ଦାଶ ପ୍ରମୁଖ ସାମିଲ ଥିଲେ।

Comments are closed.