ପୋଖରୀରୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ହନୁମାନ ମନ୍ଦିର ନିକଟ ଶ୍ମାଶାନ ଘାଟ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ଓମ ନଗର ଅଞ୍ଚଳର ହୃଷିକେଶ ମହାପାତ୍ର ବୋଲି ସୂଚନା ମିଳିଛି । ଗତକାଲି ରାତିରୁ ସେ ପୋଖରୀରେ ପଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ସେ ପ୍ୟାଣ୍ଟ ସାର୍ଟ ପିନ୍ଧି ପୋଖରୀ ନିକଟକୁ କୁଆଡ଼େ ଯାଇଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.