ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ରାତିରେ ଗଡ଼ିବ ୨୨ଟି ଅଟୋ

ବ୍ରହ୍ମପୁର : କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ଗଞ୍ଜାମ, ଯାଜପୁର, କଟକ, ଖୋର୍ଦ୍ଧା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଜୁଲାଇ ୩୧ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଗାଡି ମଟର ସବୁ ବନ୍ଦ ରହିଛି । ଏହାରି ମଧ୍ୟରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଏହାରି ମଧ୍ୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ବ୍ରହ୍ମପୁର ମହାନଗର ନିଗମର ପକ୍ଷରୁ ରାତିରେ ୨୨ ଟି ଅଟୋ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି। ରାତିରେ ଲୋକଙ୍କ ଯାତାୟାତ ପାଇଁ ୨୨ଟି ଅଟୋର ନମ୍ବର ମଧ୍ୟ ଜାରି କରିଛି ବ୍ରହ୍ମପୁର ମହାନଗର ନିଗମ। ରାତିରେ ଜରୁରୀ କାର୍ଯ୍ୟ ପାଇଁ ଅଟୋରେ ଯାତାୟାତ କରିହେବ। କିଲୋମିଟର ପିଛା ଅଟୋ ଭଡ଼ା ୧୦ ଟଙ୍କା ଧାର୍ଯ୍ୟ କରିଛି ବ୍ରହ୍ମପୁର ମହାନଗର ନିଗମ।


ବ୍ରହ୍ମପୁର ମହାନଗର ନିଗମ କମିସନର ଏନେଇ ଟ୍ବିଟ୍ କରି ୨୨ ଜଣ ଅଟୋ ଚାଳକଙ୍କ ନାମ ସହ ସେମାନଙ୍କ ଫୋନ୍‌ ନମ୍ବର ଜାରି କରିଛନ୍ତି। ବ୍ରହ୍ମପୁର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ରାତିରେ ସ୍ବାସ୍ଥ୍ୟ କିମ୍ବା ଅନ୍ୟ କୌଣସି ପ୍ରକାରର ଜରୁରୀ କାମ ପଡ଼ିଲେ ବ୍ରହ୍ମପୁର ବାସିନ୍ଦା ଅଟୋ ଚାଳକଙ୍କ ନମ୍ବରକୁ କଲ୍‌ କରି ସେମାନଙ୍କ ସାହାଯ୍ୟ ନେଇପାରିବେ

 

Comments are closed.