ଗୁଣିଗାରେଡି ସନ୍ଦେହରେ ହତ୍ୟା ପରେ ଗାଁରୁ ବିତାଡିତ ପରିବାରର ଡିଆଇଜିଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର: ଗଂଜାମ ଜିଲା ସୋରଡା ବ୍ଳକ୍ ବଡଗଡ ଥାନା ଅନ୍ତର୍ଗତ ସିଦ୍ଧପୁର ପଞ୍ଚାୟତର ଡିମିରିପଙ୍କାଳ ଗ୍ରାମରେ ଗତ ମାର୍ଚ୍ଚ ୩୦ ତାରିଖରେ ଗୁଣିଗାରେଡି ସନ୍ଦେହରେ ଜଣେ ୭୫ ବର୍ଷୀୟ ବୃଦ୍ଧ ଧରମା ନାଇକଙ୍କୁ ପଥର ଛେଚି କରାଯାଇଥିଲା । ହତ୍ୟାକାଣ୍ଡର ଏକ ମାସ ପରେ ମଧ୍ୟ ପୁଲିସ ହତ୍ୟାକାଣ୍ଡର ମୁଖ୍ୟ ଅପରାଧିମାନଙ୍କୁ ଗିରଫ ନକରି ଥାନାକୁ ଆଣି ଛାଡିଦେବା ଫଳରେ ସେମାନେ ପିଡୀତଙ୍କ ପରିବାର ଉପରେ ଜୁଲୁମ୍ ଓ ଆତଙ୍କ ଚଲାଇଛନ୍ତି ବୋଲି ମୃତ ଧରମା ନାଇକଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି।
ଗାଁରେ ବୈଠକ କରି ମୃତ ବ୍ୟକ୍ତିଙ୍କ ପରିବାରକୁ ରାଜିନାମା ପାଇଁ ବାଧ୍ୟ କରି ଶେଷରେ ସେମାନଙ୍କୁ ସାମାଜିକ ବାସନ୍ଦ ସହ ଗାଁରୁ ତଡି ଦିଆଯାଇଛି । ଏ ସମ୍ପର୍କରେ ଆଜି ଧରମା ନାଇକଙ୍କ ପରିବାର ବର୍ଗ ପକ୍ଷରୁ ଆଜି ପୂର୍ବାହ୍ନରେ ଦକ୍ଷିଣାଂଚଳ ଡିଆଇଜିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ମୃତ ଧରମା ନାଇକଙ୍କ ଝିଅ ସବିତା ନାୟକ, ଦୁଇ ପୁଅ ଦିଲ୍ଲୀପ ନାଇକ, ସଞ୍ଜୟ ନାଇକ, ରଞ୍ଜନ ନାଇକ, ଜ୍ଵାଇଁ କାଳିଆ ଓ ଗୋଲା ପରିଛା ପ୍ରମୁଖ ପରିବାରର ଲୋକେ ଡିଆଇଜିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Comments are closed.