ଚାକିରି କରାଇଦେବା ନାଁରେ ୫୦ଲକ୍ଷ ଠକେଇ; ୨ ଗିରଫ

ଏକାଧିକ ବ୍ୟାଙ୍କ ପାସବୁକ୍‍,ଏଟିଏମ୍‍, ଜମିକ୍ରୟ ଦଲିଲ ଏବଂ ନଥିପତ୍ର ଜବତ

ବ୍ରହ୍ମପୁର:  ଚାକିରି କରାଇଦେବି କହି ନିରୀହ ବେକାର ଯୁବକଯୁବତୀଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ଠକି ନେଇଥିବା ଦୁଇଜଣ ଯୁବକଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ଠକେଇ ରାକେଟର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ଅନ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଗିରଫ ଯୁବକଙ୍କଠାରୁ ପୁଲିସ ବହୁ ବ୍ୟାଙ୍କର ପାସବୁକ୍‍,ଚେକ୍‍ ବୁକ୍‍, ଏଟିଏମ୍‍,ମୋବାଇଲ ସହିତ ବିଭିନ୍ନ ସରକାରୀ ପଦର ନକଲି ପରିଚୟପତ୍ର ଜବତ କରିଛି।

ଭୁବନେଶ୍ୱରସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍‍ ଏଜୁକେଶନ (ଆରଆଇଇ) ରେ ପିଅନ(ଏମ୍‍ଟିଏସ) ଭାବେ କାର୍ଯ୍ୟ କରୁଥିବା ଯାଜପୁର ଜିଲାର କାଠିକଟା ଗ୍ରାମର ରବୀନ୍ଦ୍ର କୁମାର ବେହେରା(୩୯) ଏବଂ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୁହାଳପୁରର ଅରୁଣକୁମାର ବେହେରା(୪୦) ଗଞ୍ଜାମ ଜିଲାର ବ୍ରହ୍ମପୁର,ଚିକିଟି ଏବଂ ଦିଗପହଣ୍ଡି ଅଞ୍ଚଳର ବହୁ ବେକାର ଯୁବକଙ୍କୁ ଚାକିରି କରାଇଦେବି କହି ସେମାନଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଛନ୍ତି। ବ୍ରହ୍ମପୁରର ୯ଜଣ ଯୁବକ ଏହି ଠକାମୀର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଅଧିକ ସଂଖ୍ୟକ ଯୁବକଯୁବତୀ ଏଭଳି ଶିକାର ହୋଇଥିବା ଆଶଙ୍କା କରାଯାଉଛି। ଗୋଇଲୁଣ୍ଡିର ପୂର୍ଣ୍ଣିମା ବେହେରାଙ୍କ ଅଭିଯୋଗ ପରେ ଗତ ୩୦ ତାରିଖ ଦିନ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ କେଶ୍‍ ନଂ ୨୦/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଅଭିଯୁକ୍ତ ରବୀନ୍ଦ୍ରଙ୍କ ଘର ଉପରେ ଚଢଉ କରି ବହୁ ବ୍ୟାଙ୍କ ପାସବୁକ୍‍,ଚେକ୍‍ ବହି,ନକଲି ପରିଚୟପତ୍ର ଓ ଅନ୍ୟାନ୍ୟ ନଥପତ୍ର ଜବତ କରିଥିଲା। ଏହା ଉପରେ ତଦନ୍ତ କରାଯିବା ପରେ ସମସ୍ତ ରହସ୍ୟ ଉନ୍ମୋଚିତ ହୋଇଥିଲା। ବ୍ରହ୍ମପୁର ଏସ୍‍ପି ପିନାକ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କିଭଳି ଉପାୟରେ ଅଭିଯୁକ୍ତମାନେ ନକଲି ଚାକିରି ଏଜେନ୍ସି ଚାଲୁ ରଖିଥିଲେ ସେ ସମ୍ପର୍କରେ

ସବିଶେଷ ସୂଚନା ଦେଇଥିଲେ। ଆରଆଇଇରେ କାର୍ଯ୍ୟ କରୁଥିବା ରବୀନ୍ଦ୍ର ଗଞ୍ଜାମ ଜିଲା ପାଇଁ ଅରୁଣଙ୍କୁ ଏଜେଣ୍ଟ ଭାବେ ନିୟୋଜିତ କରି ଆଶାୟୀ ଯୁବକ,ଯୁବତୀଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲେ। ଚାକିରି ଆଶାରେ ଥିବା ବହୁ ଯୁବକଯୁବତୀ ସେମାନଙ୍କ ଚାଲ୍‍ରେ ପଡି ଟଙ୍କା ମଧ୍ୟ ଦେଇଛନ୍ତି। ଆରଆଇଇରେ କିରାଣୀ ଏବଂ କମ୍ପ୍ୟୁଟର ଅପରେଟର କରାଇଦେବି କହି ସେମାନେ ବେକାର ଯୁବକଙ୍କଠାରୁ ୫୦ହଜାର ଟଙ୍କାରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରୁଥିଲେ। କିଛି ଆଶାୟୀଙ୍କଠାରୁ ନଗଦ ଟଙ୍କା ନେଇଥିବାବେଳେ ଆଉ କିଛି ଆଶାୟୀଙ୍କଠାରୁ ଚେକ୍‍ ଏବଂ ଆରଟିଜିଏସ୍‍ରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ସଂଗ୍ରହ କରାଯାଇଛି। ଗତ ଦେଢ ବର୍ଷ ହେଲା ସେମାନେ ଏହି କାମ କରିଆସୁଥିଲେ ବୋଲି ଏସ୍‍ପି କହିଛନ୍ତି। ଏପରିକି ବେକାର ଯୁବକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କିଛି ଯୁବକଙ୍କୁ ଚାକିରି ହୋଇଥିବା କହି କିଛି ମାସ ÷ହାତରୁ ଦରମା ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତମାନେ ପ୍ରାୟ ୩୮ଲକ୍ଷ ୨୦ହଜାର ଟଙ୍କା ଠକି ନେଇଥିବା ପ୍ରମାଣ ମିଳିଛି। ଯୁବକମାନେ ଅନୁଗୁଳ,ପୁରୀ, ତାଳଚେର ଓ ଯାଜପୁର ଜିଲାର ବହୁ ବେକାର ଯୁବକଯୁବତୀଙ୍କୁ ମଧ୍ୟ ଠକିଥିବା ସନ୍ଦେହ କରାଯାଉଛି। ଦୁଇ ଅଭିଯୁକ୍ତ ରବୀନ୍ଦ୍ର ଓ ଅରୁଣକୁ ଗିରଫ କରାଯାଇଛି। ଏହା ଉପରେ ତଦନ୍ତ କରାଯାଉଛି। ଏପରିକି ଅଧିକ ତଦନ୍ତ ତଥା ପଚରାଉଚରା ପାଇଁ ସେମାନଙ୍କୁ ପୁଲିସ ରିମାଣ୍ଡରେ ଆଣିବ ବୋଲି ଏସ୍‍ପି କହିଛନ୍ତି। ପୁଲିସ ବହୁ ଏଟିଏମ୍‍, ବ୍ୟାଙ୍କ ଚେକ୍‍ ଖାତା ଏବଂ ଭୁବନେଶ୍ୱରରେ ଜମି କିଣିବା ପାଇଁ ଦେଇଥିବା ୨କୋଟି ଟଙ୍କାର ଜମିକିଣା ଚୁକ୍ତିନାମା ଦଲିଲ ଜବତ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୪୬୫, ୪୬୮, ୪୭୧,୪୦୬, ୪୨୦, ୫୦୬, ୩୪ ଅନୁସାରେ ମକଦ୍ଦମା ରୁଜୁ ହୋଇଛି।ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସଡିପିଓ ବିଷ୍ଣୁପ୍ରସାଦ ପତି, ବୈଦ୍ୟନାଥପୁର ଥାନା ଆଇଆଇସି

Comments are closed.