ଖେଳନା ବନ୍ଧୁକ ଦେଖାଇ ଫାଇନାନ୍ସ କମ୍ପାନୀରେ ଅଧ୍ୟାପକଙ୍କ ଆତଙ୍କ

ବ୍ରହ୍ମପୁର: ଧର୍ମନଗରରେ ଥିବା ବଜାଜ ଫାଇନାନ୍ସ କମ୍ପାନୀ କାଯ୍ୟାଳୟରେ ଖେଳନା ବନ୍ଧୁକ ଦେଖାଇ ଜଣେ ଅଧ୍ୟାପକ  ଆତଙ୍କ ଖେଳାଇଛନ୍ତି । ଅଧ୍ୟାପକ ଜଣଙ୍କ ହେଲେ ଅନିରୁଦ୍ଧ ପଟନାୟକ । ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରିଛି ।

ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ସହରର ଏକ ଘରୋଇ କଲେଜରେ କାଯ୍ୟରତ ଅଧ୍ୟାପକ ଜଣକ ଫାଇନାନ୍ସ କାଯ୍ୟାଳରେ ପଶି ସାଙ୍ଗରେ ନେଇଥିବା ଏକ ବନ୍ଧୁକ ଦେଖାଇ କାର୍ଯ୍ୟାଳୟର ସଟର ପକାଇ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ଖବପ ପାଇ ସଙ୍ଗେସଙ୍ଗେ ଟାଉନ ଥାନା ପୁଲିସ ପହଞ୍ଚି ଅଧ୍ୟାପକଙ୍କୁ  କାବୁ କରିନେଇଥିଲା । ଏହି କମ୍ପାନୀରେ ଅନିରୁଦ୍ଧ ଟଙ୍କା ଜମା କରିଥିବା ଜଣାପଡ଼ିଛି ।

Comments are closed.