କାଳ ହେଲା ଦିଦିଙ୍କ ଚିକେନ ଝୋଳ – ବିଇଓ ନିଲମ୍ୱିତ

ସୁନ୍ଦରଗଡ: ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ହେଉ କି ସତସତିକା ଆଦର୍ଶ ହେଉ, ଗତ କିଛି ମାସ ହେବ ରାଜ୍ୟର କିଛି ପଦସ୍ତ ଅଧିକାରୀ ସାଧାରଣରେ ଏମିତି କିଛି କାର୍ଯ୍ୟ କରି ଖବରକାଗଜ ପୃଷ୍ଠା ମଣ୍ଡନ କରିବା ସହ ସାମାଜିକ ଗଣମାଧ୍ୟମରେ ହିରୋ ପାଲଟିବାର ସ୍ୱପ୍ନ ଦେଖୁଛନ୍ତି। କିନ୍ତୁ ଅକ୍ଟୋବର ୩ତାରିଖରେ ଏମିତି କିଛି ଲୋକଦେଖାଣିଆ କାମ କରି ଆଜି ଅର୍ଥାତ ଶୁକ୍ରବାର ଜଣେ ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବିତ ହୋଇଛନ୍ତି।

ଘଟଣା ଘଟିଛି ସୁନ୍ଦରଗଡ଼ରେ। ଜିଲ୍ଲାର ତିଲେଇମାଳ ପ୍ରାଥମିକ ବିଦ୍ୟାଳୟକୁ ବଣାଇ ବ୍ଲକ ଶିକ୍ଷାଧିକାରୀ ବିନୟ ପ୍ରକାଶ ସଏ ଗତ ୩ତାରିଖରେ ପରିଦର୍ଶନରେ ଯାଇଥିଲେ। ପିଲାଙ୍କ ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ବ୍ଲକ ଶିକ୍ଷାଧିକାରୀ ବିନୟ ମଧ୍ୟ ପିଲାଙ୍କ ସହ ଖାଇବା ପାଇଁ ବସିଥିଲେ। ତେବେ ପିଲା ଖାଉଥିଲେ ଭାତ ଓ ଡାଲି କିନ୍ତୁ ବ୍ଲକ ଶିକ୍ଷାଧିକାରୀ ଖାଉଥିଲେ ଭାତ, ଚିକେନ ତରକାରୀ ଓ ସାଲାଡ। ପରେ ଏ ନେଇ ଭିଡିଓ ଭାଇରଲ ହେବା ପରେ ସେ ସଫେଇ ଦେଇଥିଲେ ଯେ, ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ ଚିକେନ ତରକାରୀ ଦେଇଥିଲେ । ଶେଷରେ ସୁନ୍ଦରଗଡ଼ ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି।

ଭାଇରଲ ଭିଡିଓରେ ପିଲାଙ୍କ ମେଳାରେ ଖାଇ ବସିଥିବା ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ତୃପ୍ତି ଚନ୍ଦନ କିଷାନଙ୍କ ଥାଳିରେ ମଧ୍ୟ ସାଲାଡ଼ ଓ ଚିକେନ ତରକାରୀ ଥିବା ଭଳି ଦେଖାଯାଉଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି।

Comments are closed.