ବିବାହ ବିଚ୍ଛେଦ ମାମଲା ବେଳେ ଅଦାଲତ ପରିସରରେ ପତ୍ନୀର ଗଳାକାଟି ହତ୍ୟା କଲା ସ୍ୱାମୀ

ବେଙ୍ଗାଲୁରୁ- କର୍ଣ୍ଣାଟକର ହାସଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅଦାଲତକୁ ବିବାହ ବିଚ୍ଛେଦ ମାମଲା ପାଇଁ ଆସିଥିବା ସ୍ୱାମୀ ସ୍ତ୍ରୀର ଗଳାକାଟି ହତ୍ୟା କରିବା ସହ ଶିଶୁ କନ୍ୟାକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଛି । ହୋସଲାନପୁରରର ଶିବକୁମାର ନାମକ ବ୍ୟକ୍ତିଙ୍କ ସ୍ତ୍ରୀ ଚିତ୍ରା  ଛାଡପତ୍ର ଦେବା ପାଇଁ ଅଦାଲତରେ ଆବେଦନ କରିଥିଲେ । ତାଙ୍କର ବିବାହ ୫ ବର୍ଷ ହୋଇଥିବା ବେଳେ ସ୍ୱାମୀଙ୍କ ଅତ୍ୟାଚାର ସହିପାରୁ ନଥିବା ସେ ଅଭିଯୋଗ କରିଥିଲେ ।

ଏହିମାମାଲର ଶୁଣାଣୀ ଚାଲିଥିଲା । ମାତ୍ର ଅଦାଲତ ଦୁଇଜଣଙ୍କୁ ମାମଲା ପ୍ରତ୍ୟାହାର କରି ପିଲା ଭବିଷ୍ୟତ ଦେଖିବା ପାଇଁ କହିଥିଲେ । ଶିବକୁମାର ଏଥିରେ ରାଜି ହୋଇଥିଲେ । ମାମଲା ପ୍ରତ୍ୟାହାର କରିବା ପରେ ଚିତ୍ରା ଅଦାଲତର ଶୌଚାଳୟକୁ ଯିବା ସମୟରେ ଶିବକୁମାର ଏକ ଛୁରିରେ ଚିତ୍ରାଙ୍କ ଗଳାକୁ କାଟିଦେବା ସହ ତାଙ୍କ ପିଲିକୁ ହତ୍ୟା ଉଦ୍ୟମ କରୁଥିଲେ । ମାତ୍ର ସେଠାରେ ଉପସ୍ଥିତ ଥିବା ଲୋକମାନେ ଶିଶୁଟିକୁ ରକ୍ଷା କରିବା ସହ ଚିତ୍ରାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ଘଟଣାର ତଦନ୍ତ କରୁଛି ।

Comments are closed.