କେପିଏଲରେ ମ୍ୟାଚ୍ ଫିକ୍ସିଂ ବିବାଦ : ବେଙ୍ଗାଲୁରୁ ବ୍ଲାଷ୍ଟରର୍ସର ବୋଲିଂ ପ୍ରଶିକ୍ଷକ ଓ ବ୍ୟାଟ୍ସମ୍ୟାନ୍ ବିଶ୍ବନାଥନ ଗିରଫ

କର୍ଣ୍ଣାଟକ : କ୍ରିକେଟରେ ମ୍ୟାଚ୍‍ ଫିକ୍ସିଂ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ବରୁ ଇଣ୍ଡିଆନ ପ୍ରିମିୟମ ଲିଗ୍(ଆଇପିଏଲ୍)ରେ ମ୍ୟାଚ୍ ଫିକ୍ସିଂରେ ଅନେକ ଖେଳାଳି ଗିରଫ ହୋଇଥିବାବେଳେ ଏବେ କର୍ଣ୍ଣାଟକ ପ୍ରିମିୟମ୍ ଲିଗ(କେପିଏଲ)ରେ ମ୍ୟାଚ୍ ଫିକ୍ସିଂ ହେଉଥିବା ଦେଖାଯାଉଛି।
ସୂଚନା ଅନୁସାରେ, କର୍ଣ୍ଣାଟକ ପ୍ରିମିୟମ୍ ଲିଗ(କେପିଏଲ୍)ରେ ଥିବା ବେଙ୍ଗାଲୁରୁ ବ୍ଲାଷ୍ଟରସ୍ ଦଳର ବୋଲିଂ ପ୍ରଶିକ୍ଷକ ବିନୁପ୍ରଶାଦ ଏବଂ ବ୍ୟାଟ୍ସମ୍ୟାନ୍ ବିଶ୍ବନାଥନ ମ୍ୟାଚ୍ ଫିକ୍ସିଂ ମାମଲାରେ ଗିରଫ ହୋଇଛନ୍ତି। ଗତବର୍ଷ ଅର୍ଥାତ ୨୦୧୮ମସିହାରେ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ଫିକ୍ସିଂ ମାମଲାରେ ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ ଟିମ(ସିସିବି) ଉଭୟଙ୍କୁ ଗିରଫ କରିଛି। ଏନେଇ ଛାନଭିନ୍ ଜାରି ରହିଥିବା ବେଙ୍ଗାଲୁରୁର ଜଏଣ୍ଟ କମିସନର(କ୍ରାଇମ) କହିଛନ୍ତି।


ଏହାପୂର୍ବରୁ ମଧ୍ୟ ମ୍ୟାଚ୍ ଫିକ୍ସିଙ୍ଗ ମାମଲାରେ କର୍ଣ୍ଣାଟକ କ୍ରିକେଟ ସଂଘର ସଦଶ୍ୟ ଅଶଫାକ ଅଲି ଥାରାଙ୍କୁ ଗିରଫ କରାଯାଇଥିଲା।

Comments are closed.