ଜାଣନ୍ତୁ ଏହି ଡାଲିର ସ୍ୱାସ୍ଥ୍ୟ ଉପକାରୀ ଗୁଣ

କୋଳଥ ଡାଲି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ପାଟିକୁ ସ୍ବାଦିଷ୍ଟ ଲାଗେ। ଏହା ଶରୀରକୁ ସୁସ୍ଥ ରଖିଥାଏ।

କୋଳଥ ଡାଲି ଖାଇବା ଦ୍ବାରା ମେଦ ବହୁଳତା ହ୍ରାସ ହୋଇଥାଏ। ଦୈନିକ କୋଳଥ ଡାଲି ଖାଇବା ଦ୍ବାରା ପ୍ରାୟ ଏକ ମାସ ମଧ୍ୟରେ ମୋଟାପଣ କମି ଯାଇଥାଏ।

କୋଳଥକୁ ଗୁଣ୍ଡ କରି ପ୍ରତିଦିନ ପାଣିରେ ଦୁଇ ଚାମଚ ମିଶାଇ ପିଇବା ଦ୍ବାରା ମୁହଁର କୁଞ୍ଚନ ସମସ୍ୟା ଦୂର ହୋଇଥାଏ।

କୋଳଥ ଡାଲି ଖାଇବା ଦ୍ବାରା ମୁହଁର ତୈଳାକ୍ତ ଅଂଶରୁ ମୁକ୍ତି ମିଳିଥାଏ। ବ୍ରଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ।
କୋଳଥ ଡାଲିକୁ ବତୁରାଇ ତାର ପାଣି ପିଇବା ଦ୍ବାରା ପେଟରେ ପଥର କିମ୍ବା ଷ୍ଟୋନ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଭିଟାମିନ-ଏ ଷ୍ଟୋନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

କୋଳଥ ଖାଇବା ଦ୍ୱାରା ଅତ୍ୟଧିକ ତୈଳିକ ତ୍ୱଚାରୁ ମୁକ୍ତି ମିଳେ। କୋଳଥ ବ୍ରଣ ସମସ୍ୟା ମଧ୍ୟ ଦୂର କରେ।

କୋଳଥ ଡାଲି ପ୍ରତିଦିନ ସେବନ କରିବା ଦ୍ବାରା ବାତ ସମସ୍ୟା ଦୂର ହୋଇଥାଏ। ଏହାସହ ତଣ୍ଟି ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ।

କୋଳଥ ପାଣିକୁ ଫୁଟାଇ ସେଥିରେ ହେଙ୍ଗୁ ଓ ଶୁଣ୍ଠି ସହ ଅଳ୍ପ ଲୁଣ ପକାଇ ପିଅନ୍ତୁ। ଏପରି କରିବା ଦ୍ବାରା ପେଟ ଯନ୍ତ୍ରଣା ଦୂର ହୋଇଥାଏ।

Comments are closed.