ପ୍ରତିରକ୍ଷା ସଂସ୍ଥାନ ନିଗମିକରଣକୁ ବିରୋଧ

ଟିଟିଲାଗଡ଼ : ଭାରତୀୟ ମଜଦୁର ସଂଘ ଏବଂ ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ କେନ୍ଦ୍ର ସରକାରଙ୍କ ରକ୍ଷା ସଂସ୍ଥାନ ମାନଙ୍କର ନିଗମିକରଣ, ବିଭିନ୍ନ ପଦବି ପରିସମାପ୍ତି, ମହଙ୍ଗା ଭତା ଅବରୋଧକୁ ତୀବ୍ର ବିରୋଧ କରିଛି। ଏହି ମର୍ମରେ ବଡମାଲ ଗୋଳାବାରୁଦ କାରଖାନା କାର୍ଯ୍ୟରତ ୱାର୍କସ ୟୁନିୟନ କର୍ମକର୍ତା ସାମାଜିକ ଦୁରତ୍ୱ ନିର୍ବାହ ସହ ଶ୍ରମିକ ନେତା କାରଖାନା ମହାପ୍ରବନ୍ଧକଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଶ୍ରମିକନେତା ଅଭିଯୋଗ କରିଛନ୍ତି ଯେ, ସରକାର ପୁଞ୍ଜିପତିଙ୍କ ଇସାରାରେ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ଦ୍ୱାରା ନିଯୁକ୍ତ ଠିକାଦାର ମାନଙ୍କ ଦ୍ୱାରା ଆଶ୍ରିତ ଠିକା ମଜଦୁର ଏବଂ କର୍ମଚାରୀମାନଙ୍କୁ ବିଗତ ଦୁଇ ମାସ ହେଲା ପାଉଣା ପ୍ରଦାନ କରାଯାଉନାହିଁ। ଏନେଇ ସେମାନଙ୍କ ପରିବାର ଭୋକଉପାସରେ ଛଟପଟ ହେଉଛନ୍ତି। ଠିକାଦାରମାନେ ଶ୍ରମିକଙ୍କୁ ସରକାରଙ୍କ ଶ୍ରମ ବିଭାଗ ନିୟମାବଳି ଅନୁଯାୟୀ ସର୍ବନିମ୍ନ ପାଉଣା ପ୍ରଦାନ କରୁନାହାନ୍ତି। ଏପରିପ୍ରେକ୍ଷୀରେ ଶ୍ରମିକମାନେ ସାମାଜିକ ସୁରକ୍ଷାରୁ ବାଦ ପଡିଛନ୍ତି।

Comments are closed.