ନଳକୂପ ଅଚଳ, ପିଇବା ପାଣି ପାଇଁ ଲୋକେ ଡହଳ ବିକଳ

ବେଲପଡା : ବେଲପଡା ବ୍ଲକ ଧୁମାଭଟା ପଞ୍ଚାୟତର ଜଲିଆ ଗାଁର ଶିକାରୀପଡାରେ ଥିବା ନଳକୂପ ଅଚଳ ହୋଇ ରହିଛି। ଫଳରେ ପାଣି ଟୋପେ ପାଇଁ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଛି। ଏହି ନଳକୂପରେ ଗାଁରେ ଅଧିକାଂଶ ଲୋକ ନିର୍ଭର କରନ୍ତି। କିନ୍ତୁ ଏହା ଅଚଳ ଥିବାରୁ ବହୁ ଲୋକ ହଇରାଣ ହୋଇ ନାଳ, ପୋଖରୀ ପାଣି ଉପରେ ଭରସା କରୁଛନ୍ତି। ଗାଁରେ ପିଇବା ପାଣି ପାଇଁ ପାଇପ ସଂଯୋଗ ହୋଇଥିଲେ ସୁଦ୍ଧା ପାଣି ଅଭାବ ଯୋଗୁଁ ୨ଦିନରେ ଥରେ ପାଣି ଦିଆଯାଉଛି। ଯାହା ଫଳରେ ପାଣି ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଥିବା ଅଭିଯୋଗ ହେଉଛି। ଏବେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଆଗକୁ ସମସ୍ୟା ଜଟିଳ ହେବ ବୋଲି ଜଳ ଜଳ ଦିଶିଲାଣି। ବ୍ଲକ ପ୍ରଶାସନ ଏହାର ତୁରନ୍ତ ସାମଧାନ କରି ପିଇବା ପାଣି ଯୋଗାଇ ଦେବାକୁ ଗାଁର ଅନିରୁଦ୍ଧ ଶବର, ପୁରୁନ ସିଂ ଶବର, ବିର ସିଂ ଶବର, ମହନ ସିଂ ଶବର, ପୋଡ ସିଂ ଶବର, ସୁମନ୍ତ ସିଂ ଶବର, ପ୍ରେମ ସିଂ ଶବର ପ୍ରମୁଖ ଦାବି କରିଛନ୍ତି।

Comments
Loading...