କରୋନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ବେଲପଡା : କୋଭିଟ ୧୯ କରୋନା ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲା ବେଲପଡା ପ୍ରାଥମିକ ଶିକ୍ଷକ ସଂଘର ଗୋଟିଏ ଦିନର ଦରମା ୫ଲକ୍ଷ ୪୬ ହଜାର ୧୨୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିକୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦାନ କରିଛନ୍ତି। ଏହି ଅବସରରେ ବ୍ଲକ ଶିକ୍ଷାଧିକାରୀ ବୈକୁଣ୍ଠ ଶବର, ଏବିଓ ଜଗବନ୍ଧୁ ମାଝୀ, ଏବିଓ ଚତୁର୍ଭୁଜ ମିର୍ଦ୍ଦା ଓ ପ୍ରାଥମିକ ଶିକ୍ଷକ।ସଂଘ ସଭାପତି ଡୋଲାମଣି ଧରୁଆ ସଂପାଦକ ଗୋବିନ୍ଦ ମେହେର ଓ ସମସ୍ତ ସିଆରସିସି ଗଣ ସହଯୋଗ କରିଥିଲେ। ପୁଣି ବେଲପଡା ଗ୍ରାହକ ସେବାକେନ୍ଦ୍ରର ପରିଚାଳକ ପଦ୍ମ କିଶୋର ମିଶ୍ର ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠି ପାଇଁ ୫ ହଜାର ଟଙ୍କା ଦାନ କରିଛନ୍ତି।

Comments are closed.