କୋଶଳ ସମର୍ଥିତ ପ୍ରାର୍ଥୀଙ୍କୁ ଆକ୍ରମଣ, କେଏସ୍‍ସିସିର ନିନ୍ଦା

ବେଲପଡ଼ା :ବେଲପଡ଼ା ୨୬ ନମ୍ବର ଜିଲା ପରିଷଦ ଜୋନ୍‍ର କୋଶଳ ସମର୍ଥିତ ପ୍ରାର୍ଥୀ ଗୁଣନିଧି ବର୍ଗେ ଓ ଯୁବନେତା ବନମାଳୀ ନାଏକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଏହି ଜୋନ୍‍ ପାଇଁ ଭୋଟଦାନ ଥିବା ବେଳେ ରବିବାର ରାତିରେ ୨ଜଣଙ୍କୁ ଆକ୍ରମଣ ଘଟଣା ବେଲପଡ଼ା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଅନ୍ୟପଟେ ଏହି ଆକ୍ରମଣ ପଛରେ ଶାସକ ଦଳର ହାତ ଥିବା ଅଭିଯୋଗ ହେଉଛି। ରବିବାର ରାତିରୁ ଏତାଲା ଦିଆଯାଇଥିଲେ ସୁଦ୍ଧା ବେଲପଡ଼ା ପୁଲିସ କାହାକୁ ଗିରଫ କରି ନାହିଁ କହିଛନ୍ତି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର।

Comments are closed.