ବେଗୁନିଆ ପଂଚାୟତ ସଟଡାଉନ ଘୋଷଣା

ବେଗୁନିଆ: ବେଗୁନିଆ ପଂଚାୟତ ଅନ୍ତର୍ଗତ ଗୋଲାପାଟଣା ଗ୍ରାମରେ ଚାଲିଥିବା କଣ୍ଟାକ୍ଟ ଟ୍ରେସିଙ୍ଗରେ ହୋଇଥିବା ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟରେ ୩ ଜଣ ପଜିଟିଭ ଚି଼ହ୍ନଟ ହେବାପରେ ଆଜି ସେମାନଙ୍କୁ ଛତାବରସ୍ଥିତ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ବେଗୁନିଆ ପଂଚାୟତର ଗୋଲାପାଟଣା ଏବଂ ବେଗୁନିଆ -ନୁଆସାହି କଣ୍ଟେନମେଣ୍ଟ ଜୋନରେ ରହିଥିବା ବେଳେ ୧ତାରିଖ ଶନିବାର ସକାଳ ୬ଟାରୁ ସୋମବାର ରାତି ୧୨ଟା ପର୍ୟ୍ୟନ୍ତ ସରପଞ୍ଚ କୁମୁଦିନୀ ସ୍ୱାଇଁ ପଂଚାୟତକୁ ସଟଡାଉନ ଘୋଷଣା କରିଛନ୍ତି। ଭୁତାଣୁ ପ୍ରଭାବରେ ଗୋଷ୍ଠୀ ସଂକ୍ରମଣର ହାର ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ବେଗୁନିଆ ଗ୍ରାମ ପଂଚାୟତର ସରପଞ୍ଚ ସଙ୍ଗରୋଧ କର୍ତୃପକ୍ଷଙ୍କ କ୍ଷମତା ପ୍ରୟୋଗ କରି ସମଗ୍ର ଗ୍ରାମ ପଂଚାୟତରେ ସଟଡାଉନ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସରକାରୀ କାର୍ୟ୍ୟାଳୟ ଓ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ବେସରକାରୀ ଓ ବ୍ୟବସାୟ ପ୍ରତିଷ୍ଠାନ ସମ୍ପୂର୍ଣ ବନ୍ଦ ରହିବ।

Comments are closed.