କାରରେ ଚୋରା ଦେଶୀ ମଦ ଚାଲାଣ ବେଳେ ଜବତ ,ଅଭିଯୁକ୍ତ ଫେରାର

ବେଗୁନିଆ –ବେଗୁନିଆ ଥାନା ଅନ୍ତର୍ଗତ ରାସୋଳଗ୍ରାମର ରଜନୀକାନ୍ତ ପାଇକରାୟ ଏକ ମାରୁତି କାରରେ ୧୦୨୦ଲିଟର ଦେଶୀ ମଦ ନେଇ ଯାଉଥିବା ବେଳେ ବେଗୁନିଆ ଏବଂ ଖୋର୍ଦ୍ଧା ଅବକାରୀ ବିଭାଗ ସହିତ ମୋବାଇଲ ଟିମ ଚଢ଼ାଉ କରି କାର ସହିତ ମଦ ଜବତ କରିଛନ୍ତି ।ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି ।ବହୁଥର ଏହି ଅଭିଯୁକ୍ତ ଫେରାର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାକୁ ଗିରଫ କରାଯାଇ ପାରୁନାହିଁ ।

ଏ ସଂକ୍ରାନ୍ତରେ ବେଗୁନିଆ ଅବକାରୀ ଥାନା ରେ୬୯/୨୨-୨୩ନଂ କେଶ ରୁଜୁ କରାଯାଇଛି ।ଏହି ଚଢ଼ଉରେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଖୋର୍ଦ୍ଧା ଇନିସ୍ପେକ୍ଟର ରାଜଶେଖର ସ୍ୱାଇଁ ,ଇନିସ୍ପେକ୍ଟର ଭୈରବ ସାହୁ ,ଜିଲ୍ଲା ମୋବାଇଲ ଏସ ଆଇ ବି ମନୋଜ କୁମାର ଏବଂ ବେଗୁନିଆ ଓ ଆଇ ସି ରାଜେନ୍ଦ୍ର ସେସ ଙ୍କ ସହିତ ଖୋର୍ଦ୍ଧା ବେଗୁନିଆ ମୋବାଇଲ କର୍ମଚାରୀ ସାମିଲ ଥିଲେ

Comments are closed.