ସମର୍ଥ ସାଇ ଆଶ୍ରମରେ ଦତ୍ତାତ୍ରୟ ଜୟନ୍ତୀ ଓ ରକ୍ତଦାନ ଶିବିର

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ସମର୍ଥ ସାଇ ଆଶ୍ରମରେ ଦତ୍ତାତ୍ରୟ ଜୟନ୍ତୀ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ କାର୍ଯ୍ୟକ୍ରମକୁ ବିଭୂତି ଭୂଷଣ ସ୍ୱାଇଁ, ସମାଜସେବୀ ତୀର୍ଥବାସୀ ରାୟ ଏବଂ ସନ୍ତୋଶି ରାୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ନିଜେ ରକ୍ତଦାନ ସହ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହାପରେ ଅନୁଷ୍ଠାନ ପକ୍ଷରୁ ସେଠାରେ ଗୋଶାଳା ନିମନ୍ତେ ଭୂମିପୂଜା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବୀମା ଲୋକପାଳ ସୁରେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ବିନୋଦ ମିଶ୍ରଙ୍କ ରଚିତ ଶ୍ରୀଗୁରୁ ଚରିତ ପୁସ୍ତକ ଉନ୍ମୋଚନ କରିବା ସହିତ ପ୍ରଣତି ପଟ୍ଟନାୟକଙ୍କ ଦ୍ବାରା ଅନୁଦିତ ଶ୍ରୀ ସାଇ ଜ୍ଞାନେଶ୍ୱରୀ, ଯାହାର ମୂଳ ଲେଖକ ରାକେଶ ଜୁନେଜା ହିନ୍ଦୀରେ ରଚନା କରିଥିଲେ। ସେହି ପୁସ୍ତକଟି ନାଇଜର କୂଳସଚିବ ଅଭୟ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଥିଲେ । ଶଙ୍କର୍ଷଣ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସନ୍ତୋଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.