ବିଦ୍ୟୁତ ଆଘାତରେ ମହିଳା ମୃତ 

ବେଗୁନିଆ: ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ  ମହିଳାଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ମହିଳା ଜଣଙ୍କ କଣ୍ଡୁରୀ ସାହୁଙ୍କ ପତ୍ନୀ କନକଲତା ସାହୁ (୩୮) ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କନକଲତା ପାଣି ପମ୍ପ ଲଗାଇ ଗାଧୋଇ ସାରିବା ପରେ ଓଦା ହାତରେ ପାଣି ପମ୍ପ ମଟର ସୁଇଚ ବନ୍ଦ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପରିବାରଲୋକେ ଉଦ୍ଧାରକରି ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ।

Comments are closed.