ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ବେଗୁନିଆ: ବେଗୁନିଆ ବ୍ଲକ ସମ୍ମିଳନୀ କକ୍ଷରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବ୍ଲକର ସମସ୍ତ ବୁଥ ସ୍ତରୀୟ ଅଧିକାରୀ(ବି ଏଲ ଓ)ଓ ସୁପରଭାଇଜରମାନେ ଯୋଗ ଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ଦାସ ଏବଂ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଭୋଟର ତାଲିକାକୁ ନିର୍ଭୁଲ ଓ ଶତ ପ୍ରତିଶତ ସଠିକ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗ୍ରାମାଞ୍ଚଳରେ ଭୋଟରମାନେ ଦୀର୍ଘଦିନରୁ ଅନୁପସ୍ଥିତ ଥିଲେ କିମ୍ବା ଏକରୁ ଅଧିକ ଭୋଟର ପରିଚୟପତ୍ର ରଖିଥିଲେ ସେମାନଙ୍କୁ ଭୋଟର ତାଲିକାରୁ ବାଦ ଦେବା ନିମନ୍ତେ ଉଭୟ ସହକାରୀ ଇଲେକ୍ଟ୍ରୋର।ଲ ଅଧିକାରୀ ପରାମର୍ଶ ଦେଇଥିଲେ। ବୈଠକରେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ସାହୁ ସଂଯୋଜନା କରିଥିଲେ।

Comments are closed.