ଦେଉଳି ପଞ୍ଚାୟତର ଗୋଡା ଗ୍ରାମ ଅଣୁ ଆବଦ୍ଧାଞ୍ଚଳ

ବେଗୁନିଆ: ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡା ଗ୍ରାମକୁ ସୋମବାର ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସମ୍ପୃକ୍ତ ଗ୍ରାମରେ ଦୁଇଜଣ ସଂକ୍ରମିତ ଚିହ୍ନଟ ହେବାପରେ ୨୯ ଟି ପରିବାରର ୨୨୦ ଲୋକ ବସ ବାସ କରୁଥିବା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ଘର ଠାରୁ ରାଜକିଶୋର ବେହେରାଙ୍କ ଘର ପର୍ଯ୍ୟନ୍ତ ୧୪ ତାରିଖ ସନ୍ଧ୍ୟା ୭ ଟାରୁ ୨୩ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ସେହିପରି ଏହି ଗ୍ରାମର କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି।
ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ନୋଡାଲ ଅଧିକାରୀ ଭାବେ ୬ଟି ବିଭାଗର ସରକାରୀ କର୍ମଚାରୀଙ୍କୁ ସେଠାରେ କାର୍ଯ୍ୟ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିବାବେଳେମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ଦେଇଛନ୍ତି। ଏହା ପୂର୍ବରୁ ବେଗୁନିଆ ବ୍ଲକର ୩୨ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା ।ଆଜିର ଏହି ଘୋଷଣା ପରେ ୩୩ ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଗଲା।

Comments are closed.