ବେଗୁନିଆରେ ତାହସିଲଦାରଙ୍କର ତୁଣ୍ଡି ଯାଞ୍ଚ, ଜରିମାନା ଆଦାୟ ହେଲା ୭୭୦୦ଟଙ୍କା

ବେଗୁନିଆ: ତାଲାବନ୍ଦ ସମୟରେ କରୋନା କଟକଣା କଡ଼ାକଡ଼ି ପାଳନ କରିବା ତୁଣ୍ଡି ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଆଜି ଅମାନିଆମାନଙ୍କଠାରୁ ବେଗୁନିଆ ତହସିଲଦାର ତୁଣ୍ଡି ଯାଞ୍ଚ କରି ୭୭୦୦ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି।

ବେଗୁନିଆ ତହସିଲ ପକ୍ଷରୁ ତୁଣ୍ଡି ଯାଞ୍ଚକୁ କଡାକଡି କରାଯାଇଛି। ଆଜି ତହସିଲଦାର ପୃଥ୍ୱୀରାଜ ମଣ୍ଡଳ କାର୍ୟ୍ୟାଳୟର କର୍ମଚାରୀମାନଙ୍କ ସହିତ ତାଲାବନ୍ଦରେ ତୁଣ୍ଡି ଏବଂ ସାମାଜିକ ଦୁରତାକୁ ଉଲ୍ଲଙ୍ଘନ କରୁଥିବା ଅମାନିଆଁମାନଙ୍କୁ ସାବାଡ଼ କରିବା ପାଇଁ ବେଗୁନିଆରେ ସକାଳ ୯ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଯାଞ୍ଚ କାର୍ଯ୍ୟ ଅବ୍ୟାହତ ରଖିଥିଲେ। ବେଗୁନିଆରେ ଖୋଲାଯାଇଥିବା ଦୁଇଟି ଦୋକାନକୁ ତହସିଲଦାର ଜରିମାନା କରିଥିବା ବେଳେ ତାଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ ବାଘମାରୀ ପୋଲିସ ସହାୟତାରେ ବାଘମାରୀ ଠାରେ ତୁଣ୍ଡି ଯାଞ୍ଚ କରିଥିଲେ। ଉଭୟ ସ୍ଥାନରୁ କୋଭିଡ ନିୟମକୁ ଉଲ୍ଲଂଘନ କରୁଥିବା ଅମାନିଆମାନଙ୍କ ଠାରୁ ୭୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

Comments are closed.