ସଙ୍ଗୀତ ଏବଂ କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ କରୋନା ସଚେତନତା

ବେଗୁନିଆ: କରୋନାର ଦ୍ୱିତୀୟ ଲହରରେ ଲୋକମାନଙ୍କ ଅମାନିଆଁ ଆଚରଣ ଯୋଗୁଁ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି। ପ୍ରଶାସନର କଟକଣାକୁ ଲୋକମାନେ ଅମାନିଆଁ ହୋଇ ଫୁ କରି ଉଡାଇ ଦେଉଛନ୍ତି। ଏହାରି ମଧ୍ୟରେ କରୋନାକୁ ନେଇ ସଙ୍ଗୀତ ଏବଂ କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ ଲୋକମାନଙ୍କ ମନରେ ସଚେତନତା ଆଣିବାକୁ ଅଣ୍ଟା ଭିଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଗତ ପାଞ୍ଚ ମାସ ତଳେ ଯୋଗ ଦେଇଥିବା ତହସିଲଦାର ପୃଥ୍ୱୀରାଜ ମଣ୍ଡଳ। କରୋନା ମହାମାରୀ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏବଂ ୟୁନିସେଫର ମିଳିତ ଉଦ୍ୟମରେ ସଂସ୍କୃତି ବିଭାଗ ସଚିବ ରଞ୍ଜନ କୁମାର ଦାସଙ୍କ କାହାଣୀ ଓ ସଂଳାପରେ ନିଜେ ଲେଖିଥିବା କ୍ଷୁଦ୍ର ଚଳଚିତ୍ର ଯମଙ୍କ କରୋନା ଉବାଚ, ଭାଗ-୧ରେ ତହସିଲଦାର ଶ୍ରୀ ମଣ୍ଡଳ ଯମଦୂତ ଓ କରୋନାରେ ମୃତ୍ୟୁ ବରଣ କରି ଯମଲୋକକୁ ଯାଇଥିବା ଲୋକ ଭାବରେ ଅଭିନୟ କରି ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି। ଲୋକମାନଙ୍କୁ ସାମାଜିକ ଦୂରତା ରଖିବା, ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ସହିତ ଘରେ ରହି ସୁସ୍ଥ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ମଣ୍ଡଳ ଗୋପରେ ତହସିଲଦାର ଥିବା ବେଳେ ସେଠାରେ କରୋନା ସଙ୍ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ।

Comments are closed.