କରୋନା କଟକଣା ମlନୁନାହାନ୍ତି ଲୋକେ

ବେଗୁନିଆ: କରୋନାର ଦ୍ୱିତୀୟ ଲହର ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର ଆବଶ୍ୟକତା ରହିଛିl ଏହାକୁ ଦୃଷ୍ଟିରେ ରଖି ସରକାର କରୋନାକଟକଣାକୁ କଡାକଡି ପାଳନ ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦେଶ ମଧ୍ୟ ଦେଇଛନ୍ତିl ଏପରିକି କଟକଣା ଉଲ୍ଲଂଘନକାରୀଙ୍କବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ମଧ୍ୟ ରହିଛିl କିନ୍ତୁ ବେଗୁନିଆ ବ୍ଲକର ବିଭିନ୍ନ ହାଟ ବଜାର ମାନଙ୍କରେ ଲୋକେ କରୋନା କଟକଣା ଠିକ ଭାବରେ ମlନୁନଥିବାର ଦେଖିବାକୁ ମିଳୁଛିl ଫଳରେ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଉଛିl

ଅନ୍ୟ ପକ୍ଷରେ ବେଗୁନିଆ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମମାନଙ୍କରେ ଦୋକାନୀ ଓ ଗ୍ରାହକ ବିନା ମାସ୍କ ଓ ସାମାଜିକ ଦୂରତା ନରଖି ଦୋକାନ ବଜାର ଖୋଲି କିଣାବିକା କରୁଛନ୍ତିl ତେଣୁ ସ୍ଥାନୀୟ ପୋଲିସ ଏବଂ ବ୍ଲକ ପ୍ରଶାସନ ଲୋକଙ୍କୁ ସଚେତନ କରାଇବାରେ ସେତେଟା ସଫଳ ହୋଇଥିବା ଦେଖିବାକୁ ମିଳୁନାହିଁl ସ୍ଥାନୀୟ ପୋଲିସ ପ୍ରଶାସନ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଉଛିl ବ୍ଲକର ବି ଡି ଓ, ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ କରୋନା କଟକଣା ଓ ଯାଞ୍ଚ ଉପରେ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛିl ତାହାକୁ ଦୃଷ୍ଟିରେ ରଖି ଅମାନିଆଁମାନଙ୍କୁ ସାବlଡ଼ କରିବା ଜରୁରୀ ହୋଇପଡିଛି ବୋଲି କୁହାଯାଉଛିl ବେଗୁନିଆ ବ୍ଲକରେ ପ୍ରଶାସନର କୋହଳ ମନୋବୃତ୍ତି ଏବଂ ସଚେତନତା ଅଭାବ ଯୋଗୁଁ ସ୍ଥିତି ବିଗୁଡୁଥିବା କୁହାଯାଉଛିl

Comments are closed.