ବଜ୍ରପାତରେ ଜଣେ ମୃତ

ବେଗୁନିଆ: ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ପରିଚ୍ଛଳ ଆଦିବାସୀ ସାହିର ଜଣେ ବ୍ୟକ୍ତି ଆଜି ଅପରାହ୍ନରେ ବିଲକୁ ଯାଇଥିବା ସମୟରେ ବଜ୍ରପାତ ଘଟିବାରୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସମ୍ପୃକ୍ତ ଗ୍ରାମର ଦୁର୍ଯ୍ୟୋଧନ ନାୟକ (୬୨)ବିଲକୁ ଯାଇଥିବା ସମୟରେ ବର୍ଷା ସହିତ ବଜ୍ରପାତ ହୋଇଥିଲା । ବଜ୍ରପାତ ହେବା ଯୋଗୁଁ ତାଙ୍କର ବିଲରେ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ରାଉତରାୟ ଏବଂ ପରିବାର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଏ ସଂକ୍ରାନ୍ତରେ ସରପଞ୍ଚ ଶ୍ରୀ ରାଉତରାୟ ବେଗୁନିଆ ତହସିଲଦାରଙ୍କୁ ଜଣାଇବା ପରେ ସେ ଡାଳତୋଳା ଆର.ଆଇ ସାଗର ଦାସଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାରୀ ନିୟମ ଅନୁସାରେ ସାହାଯ୍ୟ ମିଳିବ ବୋଲି ଆର.ଆଇ ପରିବାର ଲୋକଙ୍କୁ କହିଥିଲେ ।

Comments are closed.