MEllora 950×100

ଅନ୍ତର୍ନିବେଶୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆ: ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟ ଗୃହରେ ଆଜି ବ୍ଲକସ୍ତରୀୟ ଅନ୍ତର୍ନିବେଶୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଏସଏସ ଓ ପୂଜା ପୁଷ୍ପାଞ୍ଜଳି ଖଟେଇ ମୁଖ୍ୟ ଅତିଥି, ଏବିଇଓ ଦାଶରଥି ପ୍ରଧାନ ଓ ନଳିନୀପ୍ରଭା ଦେବୀ ପ୍ରମୁଖ ତାଲିମ ଶିବିରକୁ ଉଦଘାଟନ କରିଥିଲେ। ଅତିଥିମାନେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଓ ଶୈକ୍ଷିକ କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପ୍ରଶିକ୍ଷକ ସ୍ମୃତିରଞ୍ଜନ ପଟ୍ଟନାୟକ, ରଶ୍ମିତା ସାହୁ ଓ ରଂଜିତା ବେଉରା ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟଧାରା ଓ ଦିବ୍ୟାଙ୍ଗ ପିଲାମାନଙ୍କୁ ନିରୂପଣ କରିବା ପାଇଁ ୨୧ ପ୍ରକାର ଦିବ୍ୟାଙ୍ଗ ମାନଙ୍କ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ବିଭିନ୍ନ ସୁବିଧା ସୁଯୋଗ ସମ୍ବନ୍ଧରେ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ। ଏହାକୁ କିପରି ବିଦ୍ୟାଳୟ କ୍ଷେତ୍ରରେ ପ୍ରୟୋଗ କରି ଦିବ୍ୟାଙ୍ଗ ପିଲାମାନଙ୍କୁ ଜାଣିବେ ଓ ଚିନ୍ହିବେ ସେ ସମ୍ବନ୍ଧରେ ବୁଝାଇଥିଲେ।

Comments are closed.