ଶିକ୍ଷାନୁଷ୍ଠାନରେ ବନ ମହୋତ୍ସବ ପାଳନ 

ବେଗୁନିଆ : ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବନ ମହୋତ୍ସବ ଦିବସ ପାଳିତ ହୋଇଯାଇଛି ।ବିଦ୍ୟାଳୟର ସଭାପତି ଶିବପ୍ରସାଦ ମୁନି, ଆଲୁମିନି ସଭାପତି ହରିପ୍ରସାଦ ଦାସ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ବେହେରାଙ୍କ ଉପସ୍ଥିତିରେ ବନ ମହୋତ୍ସବ ପାଳନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ କମିଟି, ଆଲୁମିନି କମିଟିର ସଦସ୍ୟ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଏନ ସି ସି କାଡେଟ ଓ ଗାଇଡ଼ ଛାତ୍ରୀ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ ସି ସି ତଥା ୟୁଥ କ୍ଲବ ଦାୟିତ୍ୱରେ ଥିବା ଥିବା ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ବେଗୁନିଆ ବ୍ଲକ ସାରୁଅ ଜୟମଙ୍ଗଳ  ପଞ୍ଚପଲ୍ଲୀ ବାଉତି ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜନ ସଚେତନତା ରାଲି କରାଯାଇ ବୃକ୍ଷରୋପଣ କରାଯାଇଥିଲା ।ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ,ଡ୍ରଇଂ ,ରଚନା ଏବଂ ପ୍ଲାକାର୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ୍ୱର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ସାରୁଅ ସରପଞ୍ଚ ମୁଖ୍ୟ ଅତିଥି ଏବଂ ପୂର୍ବତନ ଶିକ୍ଷକ ସର୍ବେଶ୍ୱର ସୁବୁଦ୍ଧି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରିୟଦର୍ଶିନୀ ସେଠୀ, ବନ ସରଂକ୍ଷକ ବେଗୁନିଆ ,ରତିକାନ୍ତ କହଲସିଂହ ,ଅକ୍ଷୟକୁମାର ମହାପାତ୍ର ,ଶ୍ରୀନିବାସ ମିଶ୍ର , ସତ୍ୟଭାମା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ବିଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.