ସୁଆଁଳରେ ବାଦୀପାଲା ଉଦଯାପିତ

ବେଗୁନିଆ: ବେଗୁନିଆ ବ୍ଲକ ରାଧlକାନ୍ତପୁର ପଂଚାୟତ ଅନ୍ତର୍ଗତ ସୁଆଁଳ ଗ୍ରାମର ଶ୍ରୀ ଶ୍ରୀ ଲୋକେଶ୍ୱରଦେବଙ୍କ ପୀଠରେ ଶିବରାତ୍ରି ଉପଲକ୍ଷେ ୫ ଦିନ ବ୍ୟାପି ଚାଲିଥିବା ବାଦୀପାଲା ଉଦଯାପିତ ହୋଇଯାଇଛି। ଗାୟିକା କଳକଣ୍ଠି ଜୟନ୍ତୀ ସେନାପତି ଏବଂ ଗାୟିକା କାବ୍ୟ କଲୋଳିନୀ ଅମୃତା ସାମଲଙ୍କ ମଧ୍ୟରେ ବାଦୀପାଲା ଅନୁଷ୍ଠିତ ହୋଇଥିଲା। ପାଲା ଉଦଯାପନ ଉତ୍ସବରେ ମନୋଜ କୁମାର ମଙ୍ଗରାଜଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି କବିକେତନ ଗୌର ଚରଣ ସାମନ୍ତସିଂହାର, ମୁଖ୍ୟବକ୍ତା ବସନ୍ତ କୁମାର ସାମନ୍ତରାୟ ଯୋଗ ଦେଇଥିବା ବେଳେ ଶ୍ୟାମବନ୍ଧୁ କର, ଦୀନବନ୍ଧୁ ମହାରଣା, ବାନାମ୍ବର ବରାଡ଼, ବଂଶୀଧର ବାଘ, ସୁଦର୍ଶନ ବୈରିଗଞ୍ଜନ, ପଵିତ୍ର ସ୍ବାଇଁ, ଗଣେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପାଲା କଳାକାରମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ପାଦକ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.